Odisha Link
Bridging the Missing Links in Odisha

ଟଙ୍କା ଲୋଭରେ ପୁଅକୁ ବିକିଦେଲା ବାପା!

ଅଭିଯୋଗ କ୍ରମେ ପୁଲିସ ତଦନ୍ତ ଆରମ୍ଭ କରିଛି।

ଓଏଲ୍‌ ବ୍ୟୁରୋ: ବାଲେଶ୍ବର ବାସୁଦେବପୁର ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ୨ ବର୍ଷର ଶିଶୁପୁତ୍ରକୁ ବାପା ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି। ବାଲେଶ୍ବର ଜାମୁଝାଡ଼ିର ଜଣେ ବ୍ୟକ୍ତିଙ୍କୁ ବିକିଥିବା କହିଛନ୍ତି ଶିଶୁପୁତ୍ର ମା। ବାସୁଦେବପୁର ଥାନାରେ ଏନେଇ ଶିଶୁପୁତ୍ରଙ୍କ ମା ଅଭିଯୋଗ କରିଥିବା ଜଣା ପଡିଛି।

ଖବର ଅନୁସାରେ, ୧୮ ହଜାର ଟଙ୍କାରେ ନିଜର ଶିଶୁପୁତ୍ରକୁ ବାପା ବିକିଥିବା ଅଭିଯୋଗ କରିଛନ୍ତି ଶିଶୁପୁତ୍ରଙ୍କ ମା। ଅଭିଯୋଗ କ୍ରମେ ପୁଲିସ ତଦନ୍ତ ଆରମ୍ଭ କରିଛି। ପୁଲିସ ତଦନ୍ତ କ୍ରମେ ସୋର ଥାନା ବିଲବାଙ୍କିଆ ଗାଁରୁ ଶିଶୁପୁତ୍ରଟି ଉଦ୍ଧାର ହୋଇଥିବା ସୂଚନା ମିଳିଛି। ତେବେ ଏନେଇ ପୁଲିସ ପିଚରାଉଚରା ଜାରି କରିଛି।