Odisha Link
Bridging the Missing Links in Odisha

ଦେଶରୁ ସଂପୂର୍ଣ୍ଣ ଭାବେ ହଟିନାହିଁ କରୋନା ସଂକଟ: କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ

ଯେଉଁଠାରେ ଅଧିକ ମାମଲା ରହିଛି, ସେଠାରେ ଅଧିକ ଟେଷ୍ଟିଂ ହେଉଛି। ବର୍ତ୍ତମାନ ଦେଶରେ ଓମିକ୍ରୋନ୍ ଭାରିଏଣ୍ଟର ଉପସ୍ଥିତି ରହିଛି।

ଓଏଲ୍‌ ବ୍ୟୁରୋ: କରୋନା ମହାମାରୀଙ୍କୁ ନେଇ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ସମୀକ୍ଷା କରିଥିଲେ। ତେବେ କରୋନାର ସ୍ତିତିକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଆଲୋଚନା କରିଛନ୍ତି। ସେ କହିଛନ୍ତି, ଦେଶରୁ ସଂପୂର୍ଣ୍ଣ ଭାବେ ହଟିନାହିଁ କରୋନା ସଂକଟ। ଯେଉଁଠାରେ ଅଧିକ ମାମଲା ରହିଛି, ସେଠାରେ ଅଧିକ ଟେଷ୍ଟିଂ ହେଉଛି। ବର୍ତ୍ତମାନ ଦେଶରେ ଓମିକ୍ରୋନ୍ ଭାରିଏଣ୍ଟର ଉପସ୍ଥିତି ରହିଛି।

ସୂଚନା ଅନୁସାରେ, ଗତ ସପ୍ତାହର ତଥ୍ୟ ଅନୁଯାୟୀ, ବିଶ୍ୱରେ ଦୈନିକ ୯୩୯୭୭ ମାମଲା ସାମ୍ନାକୁ ଆସୁଛି। ଆମେରିକାରେ ୧୯ ପ୍ରତିଶତ, ରୁଷିଆରେ ୧୨.୬ ପ୍ରତିଶତ, ଚାଇନାରେ ୮.୩ ପ୍ରତିଶତ, ଦକ୍ଷିଣ କୋରିଆରେ ୮ ପ୍ରତିଶତ ଏବଂ ଭାରତରେ ୧ ପ୍ରତିଶତ ମାମଲା ସାମ୍ନାକୁ ଆସିଛି। ଭାରତରେ ଏବେ ଦୈନିକ ହାରାହାରି ୯୬୬ ମାମଲା ସାମ୍ନାକୁ ଆସୁଛି। ଫେବ୍ରୁଆରି ଦ୍ବିତୀୟ ସପ୍ତାହରେ ପଜିଟିଭିଟି ହାର ୦.୦୯ ପ୍ରତିଶତ ଥିବା ବେଳେ ଏବେ ତାହା ୧ ପ୍ରତିଶତକୁ ବୃଦ୍ଧି ପାଇଛି।

ଫେବ୍ରୁଆରିରେ ଦୈନିକ ହାରାହାରି ପରୀକ୍ଷା ସଂଖ୍ୟା ୧ ଲକ୍ଷ ଥିଲା, ଯାହା ପରବର୍ତ୍ତୀ ସମୟରେ ହ୍ରାସ ପାଇଥିଲା। ଏବେ ଦୈନିକ ୧ ଲକ୍ଷ ନମୁନା ପରୀକ୍ଷା କରାଯାଉଛି। ମହାରାଷ୍ଟ୍ର, ଗୁଜରାଟ, କେରଳ, କର୍ଣ୍ଣାଟକ, ତାମିଲନାଡୁ, ଦିଲ୍ଲୀ, ହିମାଚଳ ଏବଂ ରାଜସ୍ଥାନ ଭଳି ୮ଟି ରାଜ୍ୟରେ ଏବେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ କରୋନା ମହାମାରୀଙ୍କୁ ନଜରରେ ରଖି ସମସ୍ତଙ୍କୁ ସତର୍କ ରହିବ ସହ କରୋନା ମହାମାରୀରୁ ନିଜକୁ ଦୁରେଇ ରଖିବା ପାଇଁ ନିଜକୁ ସୁରକ୍ଷିତ ରଖିବାକୁ ନିର୍ଦେଶ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ।

Leave A Reply

Your email address will not be published.