Odisha Link
Bridging the Missing Links in Odisha

ଆରପାରିରେ ଅଭିନେତା ସୋମଦତ୍ତ ଦାସ

ଭୁବନେଶ୍ବର: ଓଲିଉଡ ଜଗତ ପାଇଁ ଆଉ ଏକ ଦୁଃଖଦ ଖବର। ମାସକ ତଳେ ଭେଟେରାନ୍‌ ଅଭିନେତା ପିଣ୍ଟୁ ନନ୍ଦଙ୍କ ପରଲୋକ ହୋଇଥିବା ବେଳେ ଜଣାଶୁଣା ଅଭିନେତା ସୋମଦତ୍ତ ଦାସଙ୍କ ପରଲୋକ ହୋଇଛି। ହୃଦଘାତରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ହୋଇଥିଲା। ଭୁବନେଶ୍ବରସ୍ଥିତ ସହୀଦନଗର ବାସ ଭବନରେ ତାଙ୍କର ପରଲୋକ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଓଲିଉଡ ଅଭିନେତା ଶ୍ରୀତମ ଦାସ।

ଟେଲି ଜଗତର ଭେଟେରାନ ଅଭିନେତା ଭାବେ ଜଣାଶୁଣା ସୋମଦତ୍ତ ଦାସ ନିଖୁଣ ଅଭିନୟ ବଳରେ ସମସ୍ତଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ। ସେ ଅନେକ ଓଡ଼ିଆ ଧାରାବାହିକ, ଆଲବମ୍‌ ଏବଂ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଦାମିନି, ସିନ୍ଦୂର ବିନ୍ଦୁ, ଦୁହିତା, ଦେବୀ, ଦାସୀ ଭଳି ୨୦ରୁ ଉର୍ଦ୍ଧ୍ବ ମେଗା ଧାରାବାହିକରେ ଅଭିନୟ କରିଥିଲେ। ଅଜବ ସଞ୍ଜୁର ଗଜବ ଲଭ୍‌ ସିନେମା ସହ ଆଉ କିଛି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।

Leave A Reply

Your email address will not be published.