Odisha Link
Bridging the Missing Links in Odisha

ମୋଦିଜୀଙ୍କ ପରି କୌଣସି ଦଳ ମୁକ୍ତ ଭାରତ ସପକ୍ଷରେ ନୁହେଁ: ସୌମ୍ୟରଞ୍ଜନ ପଟ୍ଟନାୟକ

ମୁଁ ବିଜେପିରେ ଥିବାବେଳେ ସେ ମୋର ଜଣେ ଯୁବ ସହଯୋଗୀ ଥିଲେ।

ଓଏଲ୍‌ ବ୍ୟୁରୋ: ବିଜେପିର ରାଜ୍ୟ ସଭାପତି ପଦବୀକୁ ନେଇ ଚର୍ଚ୍ଚା ହେଉଥିବାବେଳେ ମନମୋହନ ସାମଲ ସେ ଦାଇତ୍ୱ ଗ୍ରହଣ କରିଛନ୍ତି। ମନମୋହନଙ୍କୁ ରାଜ୍ୟ ସଭାପତି ଭାବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ନିଯୁକ୍ତ କରିଛନ୍ତି। ମନମୋହନ ସାମଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି, ମନମୋହନ ସାମଲ ଜଣେ ଭଲ ସଂଗଠକ। ଆଶା କରୁଛି ତାଙ୍କ ନେତୃତ୍ଵରେ ଦଳ ଯେଉଁ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛି ତାକୁ ସେ ଦୂର କରିବାରେ ସଫଳ ହେବେ। ମୁଁ ବିଜେପିରେ ଥିବାବେଳେ ସେ ମୋର ଜଣେ ଯୁବ ସହଯୋଗୀ ଥିଲେ। ମୁଁ ନିକଟରୁ ତାଙ୍କୁ ଜାଣେ। ଉଭୟ କାମକରିବାକୁ ସୁଯୋଗ ମିଳିଥିଲା।

ଗଣତନ୍ତ୍ରରେ ଦଳ ଗୁଡିକ ସମସ୍ତେ ସମୃଦ୍ଧ ହୁଅନ୍ତି। ମୋର ବ୍ୟକ୍ତିଗତ ମତ ଦଳ ଗୁଡ଼ିକ ଯେତିକି ସମୃଦ୍ଧ ହେବ ଗଣତନ୍ତ୍ର ସେତିକି ସମୃଦ୍ଧ ହେବ। ମୋଦିଜୀଙ୍କ ପରି କୌଣସି ଦଳ ମୁକ୍ତ ଭାରତ ସପକ୍ଷରେ ନୁହେଁ। ଯେତେ ଅଧିକ ଦଳ ସମୃଦ୍ଧ ହୋଇ ଲୋକଙ୍କ ଆସ୍ଥାଭାଜନ ହେବେ ସେତିକି ଗଣତନ୍ତ୍ର ସମୃଦ୍ଧ ହେବ। ସଭାପତି ବଦଳିଗଲେ ଯଦି ଦଳର ଭାଗ୍ୟ ପରିବର୍ତ୍ତନ ହୁଅନ୍ତା ତେବେ ସମସ୍ତେ ସଭାପତି ବଦଳାଇ ଦିଅନ୍ତେ, ମୁଁ ମନମୋହନ ସାମଲଙ୍କୁ ବ୍ୟକ୍ତିଗତ ଭାବେ ଜାଣିଛି ଆଉ ତାଙ୍କୁ ଅଭିନନ୍ଦନ ଜଣାଉଛି ବୋଲି କହିଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ।

Leave A Reply

Your email address will not be published.