Odisha Link
Bridging the Missing Links in Odisha

ମନମୋହନ ସାମଲ ଜଣେ ଦକ୍ଷ ନେତା: ଧାମନଗର ବିଧାୟକ

ମନମୋହନ ସାମଲ ଅନେକ ସଂଘର୍ଷ କରି ଆଜି ଏଇ ସ୍ଥାନରେ ପହଂଚିଛନ୍ତି।

ଓଏଲ୍‌ ବ୍ୟୁରୋ: ରାଜ୍ୟ ବିଜେପିରେ ହୋଇଥିବା ଏକ ବଡ଼ ପରିବର୍ତନ ଖବର ସାମ୍ନାକୁ ଆସିଛି। ମନମୋହନ ସାମଲ ବିଜେପିର ରାଜ୍ୟ ସଭାପତି ଭାବେ ନିଯୁକ୍ତ ହୋଇଥିବା ଜଣା ପଡିଛି। ମନମୋହନଙ୍କୁ ରାଜ୍ୟ ସଭାପତି ଭାବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ନିଯୁକ୍ତ କରିଛନ୍ତି। ପୂର୍ବରୁ ଏହି ପଦବୀରେ ସମୀର ମହାନ୍ତି ଥିଲେ। ବର୍ତମାନ ତାଙ୍କ ସ୍ଥାନ ନେଇଛନ୍ତି ମନମୋହନ ସାମଲ। ତେବେ ଏହି ପରିବର୍ତନ ପରେ ଏନେଇ ମନ୍ତବ୍ୟ ରଖିଛନ୍ତି ଧାମନଗର ବିଧାୟକ ସୂର୍ଯ୍ୟବଂଶି ସୁରଜ। ସେ କହିଛନ୍ତି, ନିର୍ବାଚନ ପାଖେଇ ଆସୁଛି। ଯେହେତୁ ମନମୋହନ ସାମଲ ଧାମନଗର ନିର୍ବାଚନ ଜିତାଇବାରେ ଭୂମିକା ରହିଥିଲା, ସେଥିପାଇଁ ଦଳ ବୋଧେ ତାଙ୍କ ଉପରେ ଆଶା ରଖିଛି।

ସେ ଆଗାମୀ ନିର୍ବାଚନ ବିଜେପିକୁ ବାଜିମାତ କରିବାରେ ସହାୟ ହେବେ। ମନମୋହନ ସାମଲ ଅନେକ ସଂଘର୍ଷ କରି ଆଜି ଏଇ ସ୍ଥାନରେ ପହଂଚିଛନ୍ତି। ସେ ଜଣେ ଦକ୍ଷ ନେତା, ତାଙ୍କର ଅଭିଜ୍ଞତା ଦଳକୁ ଶୀର୍ଷ ସ୍ଥାନରେ ପହଞ୍ଚାଇବ। ଧାମନଗରରୁ ଲଢ଼ି ସେ ରାଜ୍ଵସ୍ୱ ମନ୍ତ୍ରୀ ହୋଇଥିଲେ। ଆମର ମାଟିର ପୁଅ ଆମ ପାଇଁ ଗର୍ବ ବୋଲି ଧାମନଗର ବିଧାୟକ ସୂର୍ଯ୍ୟବଂଶି ସୁରଜ କହିଛନ୍ତି।

ସୂଚନା ଅନୁସାରେ, ବିଜେପିର ରାଜ୍ୟ ସଭାପତି ପଦବୀକୁ ନେଇ ଚର୍ଚ୍ଚା ହେଉଥିବାବେଳେ ମନମୋହନ ସାମଲ ସେ ଦାଇତ୍ୱ ଗ୍ରହଣ କରିଛନ୍ତି। ମନମୋହନ ସାମଲ ପୂର୍ବରୁ ରାଜ୍ୟ ବିଜେପିର ସଭାପତି ଥିଲେ। ଗତ ଧାମନଗର ନିର୍ବାଚନରେ ବିଜେପିକୁ ବାଜିମାତ କରିବାରେ ମନମୋହନ ସାମଲଙ୍କ ପ୍ରମୁଖ ଭୂମିକା ରହିଥିଲା। ରାଜ୍ୟରେ ବିଜେପି ଓ ବିଜେଡି ମେଣ୍ଟ ସରକାର ଥିବାବେଳେ ମନମୋହନ ସାମଲ ମନ୍ତ୍ରୀ ମଧ୍ୟ ଥିଲେ। ବର୍ତମାନ ବିଜେପି ମନମୋହନ ସାମଲଙ୍କୁ ରାଜ୍ୟ ବିଜେପିର ଦାଇତ୍ୱ ଦେଇଥିବା ଜଣା ପଡିଛି।

Leave A Reply

Your email address will not be published.