Odisha Link
Bridging the Missing Links in Odisha

ନଗଡ଼ା ଠାରୁ କଳିଙ୍ଗନଗର ଚିତ୍ର ଆହୁରି କଦର୍ଯ୍ୟ: ଜୟନାରାୟଣ ମିଶ୍ର

୩୧ ପ୍ରତିଶତ ଛୁଆ ପୃଷ୍ଟିହୀନତାର ଶିକାର ହେଉଥିବାବେଳେ ୬୪ ପ୍ରତିଶତ ଶିଶୁ ରକ୍ତହୀନତାର ଶିକାର ହେଉଛନ୍ତି।

ଓଏଲ୍‌ ବ୍ୟୁରୋ : ବିଭିନ୍ନ ପ୍ରସଙ୍ଗକୁ ନେଇ ଜାରି ରହିଛି ବିଧାନସଭା ଅଧିବେଶନ। ଗୃହରେ ଅନେକ ପ୍ରସଙ୍ଗକୁ ନେଇ ଶାସକ- ବିରୋଧୀଙ୍କ ମଧ୍ୟରେ ମୁହାଁମୁହିଁ ହେଉଥିବା ଜଣା ପଡିଥିଲା। ତେବେ ଏହାରି ମଧ୍ୟରେ ଗୃହରେ ଆଜି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଅପପୁଷ୍ଟି ପ୍ରସଙ୍ଗକୁ ନେଇ ଶାସକଦଳକୁ ଘେରିଥିଲେ। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ନଗଡ଼ା ଠାରୁ କଳିଙ୍ଗ ନଗର ଚିତ୍ର ଆହୁରି କଦର୍ଯ୍ୟ ରହିଛି।

କେବଳ ନଗଡ଼ା କି କଳିଙ୍ଗ ନଗର ନୁହେଁ ଓଡିଶାରେ ୧୯ ପ୍ରତିଶତ ଛୁଆ କମ ଓଜନର ଜନ୍ମ ହେଉଛନ୍ତି। ୩୧ ପ୍ରତିଶତ ଛୁଆ ପୃଷ୍ଟିହୀନତାର ଶିକାର ହେଉଥିବାବେଳେ ୬୪ ପ୍ରତିଶତ ଶିଶୁ ରକ୍ତହୀନତାର ଶିକାର ହେଉଛନ୍ତି। ସେହିଭଳି ୬୧.୮ ପ୍ରତିଶତ ଗର୍ଭବତୀ ମହିଳା ରକ୍ତହୀନତାର ଶିକାର ହେଉଛନ୍ତି। ଏଇଟା କଣ ମୋ ସରକାର, ଏଇଟା କଣ ୫-ଟି, ଏହା କଣ ଓଡ଼ିଶାର ବିକାଶ ବୋଲି ପ୍ରଶ୍ନ କରିଥିଲେ ଜୟନାରାୟଣ ମିଶ୍ର।

ବିରୋଧୀ ଦଳ ନେତା ଜୟ ନରାୟଣ ମିଶ୍ରଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ଶାସକଦଳ ନେତା। ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, ନଗଡା ଯାଇ ଦେଖିଆସନ୍ତୁ ବିରୋଧୀ ଦଳ ନେତା। କଣ ପାଇଁ ରାଜ୍ୟକୁ ବଦନାମ କରୁଛନ୍ତି ବିରୋଧୀ ଦଳ ନେତା। ନଗଡା ସାଙ୍ଗକୁ ସୁକିନ୍ଦାକୁ ବଦନାମ କରିବାକୁ କିଏ ଦେଲା ଅଧିକାର ବୋଲି କହିଥିଲେ ବିଜେଡି ବିଧାୟକ ଆମର ଶତପଥି।

ସେ ଆହୁରି ମଧ୍ୟ କହିଥିଲେ, ଦେଖିଆସନ୍ତୁ ନଗଡାର ସ୍ଥିତି ଏବେ କଣ। ସେଠାରେ ସରକାର କଣ ସବୁ କଲେଣି। ପୃଷ୍ଟିଜାତୀୟ ଖାଦ୍ୟ ଯୋଗାଇ ନୂଆ ରୁପଦେଇଛନ୍ତି ଆମ ସରକାର। ବୁଲି ଆସିଲେ ହୁଏତ ବୁଝିଯିବେ ସେବେକାର ନଗଡା ଓ ଏବେକାର ନଗଡା ଭିତରର ପ୍ରଭେଦ କଣ ବୋଲି କହିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ।

Leave A Reply

Your email address will not be published.