Odisha Link
Bridging the Missing Links in Odisha

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷାର ଆଶଙ୍କା

ପୂର୍ବରୁ ରାଜ୍ୟରେ ଘଡଘଡି ସହ କୁଆପଥର ବର୍ଷା ଅନୁଭୂତ ହୋଇଥିଲା।

ଓଏଲ୍‌ ବ୍ୟୁରୋ: ପୁଣି ଭିଜାଇବ ପଶ୍ଚିମାଝଡ଼। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗିରହିବାର ସମ୍ଭାବନା ଥିବା କୁହାଯାଉଛି। ଆସନ୍ତା ୨୬ରେ ପଶ୍ଚିମା ଝଡ଼ ପ୍ରଭାବରେ ଦକ୍ଷିଣ ଉପକୂଳ ଓଡ଼ିଶାରେ ବର୍ଷିବ। ପୂର୍ବରୁ ରାଜ୍ୟରେ ଘଡଘଡି ସହ କୁଆପଥର ବର୍ଷା ଅନୁଭୂତ ହୋଇଥିଲା।

ସୂଚନା ଅନୁସାରେ, ରାଜ୍ୟର ବିଶେଷତଃ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ପୁରୀ ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବାବେଳେ ଆସନ୍ତା ୨୭ ତାରିଖରେ ୧୧ଟି ଜିଲ୍ଲାରେ ଘଡ଼ଘଡ଼ି ସହ ହୋଇପାରେ ବର୍ଷା। ବର୍ଷା ସମ୍ଭାବନା ନେଇ ଭୁବନେଶ୍ୱର ପାଣିପାଗ ବିଭାଗ କେନ୍ଦ୍ରରୁ ସୂଚନା ମିଳିଛି।

Leave A Reply

Your email address will not be published.