Odisha Link
Bridging the Missing Links in Odisha

ନୀତିନ ଗଡ଼କରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଗତ ଦୁଇ ବର୍ଷ ମଧ୍ୟରେ ୩୯୯ଟି ଦୁର୍ଘଟଣା ଘଟି ୧୯୬ ଜଣଙ୍କର ମୃତ୍ୟୁ ଘଟିଥିବା ଜଣା ପଡିଛି।

ଓଏଲ୍‌ ବ୍ୟୁରୋ : କେନ୍ଦ୍ର ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଟକ-ଅନୁଗୁଳ-ସମ୍ବଲପୁର ରାସ୍ତା ନେଇ ଗଡ଼କରୀଙ୍କୁ ନବୀନଙ୍କ ଚିଠି। ଦୀର୍ଘ ୫ ବର୍ଷ ପରେ ବି ରାସ୍ତା କାମ ଶେଷ ହେଉନଥିବାରୁ ଚିନ୍ତା ପ୍ରକଟ କରି ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ପତ୍ର ମାଧ୍ୟମରେ ଲେଖି ଜଣାଇଛନ୍ତି ଯେ, ଏନଏଚ-୫୫ର ଓଡ଼ିଶାର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଜୀବନବ୍ୟାପୀ କାର୍ଯ୍ୟ କରେ।

ଏନଏଚ-୫୫ର ନିର୍ମାଣ କାର୍ଯ୍ୟ ଶେଷ ହେଇନଥିବାରୁ ରାସ୍ତାରେ ଘଟୁଥିବା ଅନେକ ଦୁର୍ଘଟଣାରେ ଅନେକ ଜୀବନ କ୍ଷତିଗ୍ରସ୍ତ ହେଉଛି। ଗତ ଦୁଇ ବର୍ଷ ମଧ୍ୟରେ ୩୯୯ଟି ଦୁର୍ଘଟଣା ଘଟି ୧୯୬ ଜଣଙ୍କର ମୃତ୍ୟୁ ଘଟିଥିବା ଜଣା ପଡିଛି। ଦୁର୍ଘଟଣାକୁ ନଜରରେ ରଖି ଏନଏଚଏଆଇର ଆଞ୍ଚଳିକ କର୍ତ୍ତୃପକ୍ଷଙ୍କ ସହିତ ତୁରନ୍ତ ବ୍ୟବସ୍ଥାର ଅଗ୍ରଗତି ସମୀକ୍ଷା କରାଯାଉଛି କିନ୍ତୁ କୌଣସି ସନ୍ତୋଷଜନକ ଫଳାଫଳ ଦୃଶ୍ୟମାନ ହେଉନାହିଁ।

ଏହା ଅତ୍ୟନ୍ତ ଚିନ୍ତାର ବିଷୟ ଯେ ୫ବର୍ଷରୁ ଅଧିକ ପରେ ମଧ୍ୟ ରାସ୍ତା କାର୍ଯ୍ୟ ଶେଷ ହୋଇନାହିଁ। ରାସ୍ତା କାମ ଶେଷ କରିବାରେ ବିଳମ୍ବ ହେତୁ ଲୋକଙ୍କ ମଧ୍ୟରେ ଜନ ଅସନ୍ତୋଷ ଦେଖାଦେଇଛି। ମୁଁ ଏହି ରାସ୍ତା କାମ ତୁରନ୍ତ ଶେଷ କରିବାରେ ଆପଣଙ୍କ ହସ୍ତକ୍ଷେପ ଆଶା କରୁଛି ବୋଲି ନୀତିନ ଗଡ଼କରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Leave A Reply

Your email address will not be published.