Odisha Link
Bridging the Missing Links in Odisha

୩୯୦ କେଜି ଗଞ୍ଜେଇ ଜବତ, ୨ ଗିରଫ

ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୪୦ ଲକ୍ଷ ଟଙ୍କା।

ଓଏଲ୍‌ ବ୍ୟୁରୋ : ମାଲକାନଗିରି ଜିଲ୍ଲାର ପୃଥକ ପୃଥକ ସ୍ଥାନରୁ ୩୯୦ କେଜି ଗଞ୍ଜେଇ ଜବତ ହୋଇଥିବା ଜଣା ପଡିଛି। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୪୦ ଲକ୍ଷ ଟଙ୍କା। ତେବେ ମାଲକାନଗିରିର ପିପଲ ପଦର ଓ ବାଲିମେଳା ଛକରୁ ଗଞ୍ଜେଇ ଜବତ ହୋଇଛି।

୩୯୦ କେଜି ଗଞ୍ଜେଇ ଜବତ ହୋଇଥିବାବେଳେ ମାମଲାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ତେବେ ବାରମ୍ଵାର ଗଂଜେଇ କାରବାର ହେଉଥିବା ମାମଲା ସାମ୍ନାକୁ ଆସୁଥିବାବେଳେ ଏହି ମାମଲାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଉଥିବା ସୂଚନା ମିଳୁଛି।

Leave A Reply

Your email address will not be published.