Odisha Link
Bridging the Missing Links in Odisha

ଆଜି ରାଜ୍ୟ ଓକିଲ ସଂଘ ନିର୍ବାଚନ, ୧୫୩ଟି ବାର୍‌ ଆସୋସିଏସନରେ ଚାଲିଛି ମତଦାନ

ଭୋଟ ଗ୍ରହଣ ଶେଷ ହେବାର ପ୍ରାୟ ଘଣ୍ଟାଏ ପରେ ଭୋଟ ଗଣତି ଆରମ୍ଭ ହେବ।

ଓଏଲ୍‌ ବ୍ୟୁରୋ : ଆଜି ରାଜ୍ୟର ସମସ୍ତ ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଆରମ୍ଭ ହୋଇଯାଇଛି। ୱାନ୍ ବାର ୱାନ ଭୋଟ ନିୟମ ଅନୁଯାୟୀ ରାଜ୍ୟର ମୋଟ ୧୫୩ଟି ବାର୍‌ ଆସୋସିଏସନରେ ଗୋଟିଏ ଦିନରେ ଭୋଟ ଗ୍ରହଣ ହେଉଛି। ମୋଟ ୩୩, ୪୩୪ ଆଇନଜୀବୀ ନିଜ ନିଜ ବାର୍‌ ଆସୋସିଏସନ କର୍ମକର୍ତ୍ତାଙ୍କୁ ନିର୍ବାଚିତ କରିବେ ବୋଲି ସୂଚନା ମିଳିଛି। ତେବେ ଏହି ନିର୍ବାଚନ ଆଜି ସକାଳ ୮ ଟା ରୁ ଆରମ୍ଭ ହୋଇଥିବାବେଳେ ଅପରାହ୍ନ ୩ ଟାରେ ଶେଷ ହେବ। ଭୋଟ ଗ୍ରହଣ ଶେଷ ହେବାର ପ୍ରାୟ ଘଣ୍ଟାଏ ପରେ ଭୋଟ ଗଣତି ଆରମ୍ଭ ହେବ।

ସୂଚନା ଅନୁସାରେ, ରାଜ୍ୟର ସମସ୍ତ ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ପ୍ରକିୟା ଜାରି ରହିଥିବାବେଳେ ପ୍ରଥମ ଥର ପାଇଁ ବୟସାଧିକ କାରଣରୁ ଭୋଟ ଦେବାକୁ ଆସିପାରୁନଥିବା ବ୍ୟକ୍ତିଙ୍କ ପାଇଁ ନୂତନ ସୁବିଧା କରାଯାଇଛି। ୯୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ପାଇଁ ନିଜ ଘରେ ଭୋଟ ଦେବାର ବ୍ୟବସ୍ଥା କରାଯାଇଛି। ତେବେ ଜାରି ହୋଇଥିବା ଏହି ନିର୍ବାଚନ ପ୍ରକ୍ରିୟା ହାଇକୋର୍ଟ ବାର୍‌ ଆସୋସିଏସନର ସଭାପତି, ସମ୍ପାଦକ ଏବଂ ୯ଟି ଏକଜିକ୍ୟୁଟିଭ କମିଟି ସଦସ୍ୟ ପଦ ସମେତ ମୋଟ ୧୫ ଟି ପଦବୀ ପାଇଁ ନିର୍ବାଚନ ହେଉଥିବା ଜଣା ପଡିଛି। ହାଇକୋର୍ଟ ବାର୍‌ ଆସୋସିଏସନର ପାଖାପାଖି ୪, ୨୯୭ ଭୋଟର ନିଜ ମତଦାନ ସାବ୍ୟସ୍ତ କରିବେ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.