Odisha Link
Bridging the Missing Links in Odisha

ରାଜଧାନୀରେ ଓଡ଼ିଶା ଜନଜାତି ସୁରକ୍ଷା ମଞ୍ଚର ବିଶାଳ ଶୋଭାଯାତ୍ରା

ନିଜର ଧର୍ମ ସଂସ୍କୃତିକୁ ରକ୍ଷା କରିବା ଦାବିରେ ଓଡ଼ିଶା ଜନଜାତି ସୁରକ୍ଷା ମଞ୍ଚର ବିଶାଳ ଶୋଭାଯାତ୍ରା।

ଓଏଲ୍‌ ବ୍ୟୁରୋ : ରାଜଧାନୀରେ ଓଡ଼ିଶା ଜନଜାତି ସୁରକ୍ଷା ମଞ୍ଚର ବିଶାଳ ଶୋଭାଯାତ୍ରା। ଧର୍ମାନ୍ତରିତ ହୋଇଥିବା ଜନଜାତିଙ୍କୁ ସଂରକ୍ଷଣ ପାଇଁ ବିଭିନ୍ନ ଢଙ୍ଗରେ ଚାଲିଛି ଶୋଭାଯାତ୍ରା। ଭୁବନେଶ୍ୱର ରାମମନ୍ଦିର ଠାରୁ ଜନଜାତି ସୁରକ୍ଷା ମଞ୍ଚର ବିଶାଳ ଶୋଭାଯାତ୍ରା ଆରମ୍ଭ ହୋଇଛି। ତେବେ ଏହି ଶୋଭାଯାତ୍ରାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପାରମ୍ପରିକ ବେଶରେ ଜନଜାତି ଲୋକେ ଏକାଠି ହୋଇଛନ୍ତି। ଶୋଭାଯାତ୍ରାରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ସାମିଲ ହୋଇଥିବା ସୂଚନା ମିଳିଛି।

ଖବର ଅନୁସାରେ, ନିଜର ଧର୍ମ ସଂସ୍କୃତିକୁ ରକ୍ଷା କରିବା ଦାବିରେ ଓଡ଼ିଶା ଜନଜାତି ସୁରକ୍ଷା ମଞ୍ଚର ବିଶାଳ ଶୋଭାଯାତ୍ରା। ବିଭିନ୍ନ ଢଙ୍ଗରେ ବାଦ୍ୟଯନ୍ତ୍ର ବଜାଇ ଜନଜାତିଙ୍କୁ ସଂରକ୍ଷଣ ଦାବି ନେଇ ଶୋଭାଯାତ୍ରା ଜାରି ରହିଛି। ଏହି ଶୋଭାଯାତ୍ରାରେ ବିଭିନ୍ନ ଜିଲ୍ଲାରୁ ଜନଜାତିର ଲୋକେ ଯୋଗଦାନ କରିଛନ୍ତି। ତେବେ ରାଜଧାନୀ ଭୁବନେଶ୍ୱରରେ ଜାରି ରହିଥିବା ଏହି ଶୋଭାଯାତ୍ରା ଓଡିଶା ଜନଜାତି ସୁରକ୍ଷା ମଞ୍ଚ ପକ୍ଷରୁ କରାଯାଇଛି।

Leave A Reply

Your email address will not be published.