Odisha Link
Bridging the Missing Links in Odisha

ଖଲିସ୍ତାନୀ ସମର୍ଥକଙ୍କ ପାସପୋର୍ଟ ହୋଇପାରେ ରଦ୍ଦ, ଭାରତୀୟ ଦୂତାବାସରେ କରିଥିଲେ ଭଙ୍ଗାରୁଜା

କେବଳ ସେତିକି ନୁହେଁ ଜଣେ ଭାରତୀୟ ସାମ୍ବାଦିକଙ୍କୁ ଗାଳିଗୁଲଜ କରିଥିଲେ।

ଓଏଲ୍‌ ବ୍ୟୁରୋ : ଭାରତୀୟ ଦୂତାବାସରେ ଖଲିସ୍ତାନୀ ସମର୍ଥକ ଭଙ୍ଗାରୁଜା ଘଟଣା ସାମ୍ନାକୁ ଆସିଥିଲା। ଜଣେ ଭାରତୀୟ ସାମ୍ବାଦିକଙ୍କୁ ଗାଳିଗୁଲଜ କରିବା ମଧ୍ୟ ପଡିପାରେ ମହଙ୍ଗା। ଖଲିସ୍ତାନୀ ସମର୍ଥକ ଅମ୍ରିତପାଲ ସିଂହଙ୍କ ବିରୋଧରେ ପୁଲିସର କାର୍ଯ୍ୟାନୁଷ୍ଠାନ ବିରୋଧରେ ଆମେରିକାର ୱାଶିଂଟନ ଡିସି ସହ ଅନ୍ୟ କିଛି ସ୍ଥାନରେ ବିରୋଧ ପ୍ରଦର୍ଶନ ହୋଇଥିବା ଜଣା ପଡିଛି। ବର୍ତ୍ତମାନ ସୁପ୍ରିମକୋର୍ଟର ଜଣେ ଓକିଲ ବିନୀତ ଜିନ୍ଦଲ ଦିଲ୍ଲୀ ପୁଲିସ ନିକଟରେ ଏନେଇ ମାମଲା ରୁଜୁ କରିଛନ୍ତି। ଆଇନ ଅନୁସାରେ ଖଲିସ୍ତାନୀ ସମର୍ଥକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ସୁପ୍ରିମକୋର୍ଟର ଜଣେ ଓକିଲ। ଏହା ସହ ସେମାନଙ୍କ ପାସପୋର୍ଟ ରଦ୍ଦ କରିବାକୁ ମଧ୍ୟ ଅପିଲ କରିଥିବା ଜଣା ପଡିଛି।

ଖବର ଅନୁସାରେ, ସୁପ୍ରିମକୋର୍ଟର ଓକିଲ ବିନୀତ ଜିନ୍ଦଲ ଦିଲ୍ଲୀ ପୁଲିସ ନିକଟରେ କରିଥିବା ଅଭିଯୋଗ ଅନୁସାରେ, ଆମେରିକାର ଭାରତୀୟ ରାଷ୍ଟ୍ରଦୂତ ତରନଜିତ ସିଂହ ସିନ୍ଧୁ ଏବଂ ୱାଶିଂଟନ ଡିସି ଦୂତାବାସର କର୍ମଚାରୀଙ୍କୁ ଧମକ ଦିଆଯାଇଛି। କେବଳ ସେତିକି ନୁହେଁ ଜଣେ ଭାରତୀୟ ସାମ୍ବାଦିକଙ୍କୁ ଗାଳିଗୁଲଜ କରିଥିଲେ। ଖଲିସ୍ତାନୀ ସମର୍ଥକ ୱାଶିଂଟନ ଡିସିରେ ଥିବା ଭାରତୀୟ ଦୂତାବାସରେ ଭଙ୍ଗାରୁଜା କରିଥିଲେ। ତେବେ ଏନେଇ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିବା ସହ ପାସପୋର୍ଟ ରଦ୍ଦ କରିବାକୁ ମଧ୍ୟ ଅପିଲ କରିଛନ୍ତି।

Leave A Reply

Your email address will not be published.