Odisha Link
Bridging the Missing Links in Odisha

ବିଧାନସଭାରେ ନବକୃଷ୍ଣ ଚୌଧୁରୀଙ୍କ ବାସଭବନ ପ୍ରସଙ୍ଗ

ଏମିତି ସମ୍ମାନ ଦେବା ଯେ ଯାହା ଲୋକେ ଜାଣିବେ।

ଓଏଲ୍‌ ବ୍ୟୁରୋ : ରାଜ୍ୟରେ ଜାରି ରହିଛି ବିଧାନସହ ଅଧିବେଶନ। ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରଶ୍ନ ସୃଷ୍ଟି ହେଉଥିବାବେଳେ ଗୃହରେ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ନବ କୃଷ୍ଣ ଚୌଧୁରୀଙ୍କୁ ନେଇ ପ୍ରସଙ୍ଗ ହୋଇଥିଲା। ନବ କୃଷ୍ଣ ଚୌଧୁରୀଙ୍କ ଅବହେଳିତ ବାସଭବନ ପ୍ରସଙ୍ଗ ଉଠାଇଲେ ଖଣ୍ଡପଡା ବିଧାୟକ ସୋମ୍ୟରଞ୍ଜନ ପଟ୍ଟନାୟକ। ନବକୃଷ୍ଣ ଏବଂ ମାଳତୀ ଚୌଧୁରୀଙ୍କ ଜରାଜୀର୍ଣ୍ଣ ଫଟୋ ଦେଖାଇଲେ। କିଭଳି ସ୍ଥିତିରେ ବାସଭବନ ଅଛି ପ୍ରଶ୍ନ କରିଥିଲେ ସୌମ୍ୟରଞ୍ଜନ।

ସେ ଆହୁରି ମଧ୍ୟ କହିଥିଲେ, ଆମେ କାହାକୁ ନେଇ ଗର୍ବ କରିବା। ଐତିହ୍ୟ ପରମ୍ପରାକୁ ନେଇ ଗର୍ବ କରିବା। ଏଠି ମୁଁ କାହାକୁ ଛୋଟ ବଡ଼ କହିବାକୁ ଚାହୁଁ ନାହିଁ। ଗୃହରେ ମୋ ସହ ସମସ୍ତେ ସହମତ ହେବେ। ଘର ପୋଡ଼ିଗଲେ କଳା ଜରି ଖଣ୍ଡେ ଯୋଗାଇ ଦଉଛେ। ପୂର୍ବ ପୁରୁଷଙ୍କୁ ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ସରକାରଙ୍କ ପଦକ୍ଷେପ ସ୍ୱାଗତଯୋଗ୍ୟ। ଏ ସ୍ଥାନରେ କାହିଁକି ନିଆ ଯାଇନାହିଁ।

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଆବାସ ଯୋଗାଇ ଦେବା କ’ଣ ଆମର ଦାୟିତ୍ୱ ନୁହେଁ ବୋଲି ପ୍ରଶ୍ନ କରିଥିଲେ ସୋମ୍ୟ ରଞ୍ଜନ ପଟ୍ଟନାୟକ। ଜଣେ ବିଦେଶୀ ସେ ବାଟ ଦେଇ ଗଲାବେଳେ, ଟୁରିଷ୍ଟ ଗାଇଡ଼ ମଧ୍ୟ ଏହାକୁ ପୂର୍ବତନ ଘର ବୋଲି କହି ଦେଖାଇବାକୁ ନିଜକୁ ସଙ୍କୋଚ ମନେ କରିବ। ଏମିତି ସମ୍ମାନ ଦେବା ଯେ ଯାହା ଲୋକେ ଜାଣିବେ। ଏ ଦିଗରେ ସରକାର ଦୃଷ୍ଟି ଦେବାକୁ ଦାବି କରିଛନ୍ତି ସୋମ୍ୟରଞ୍ଜନ ପଟ୍ଟନାୟକ।

ଅନ୍ୟପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବ କୃଷ୍ଣ ଚୌଧୁରୀଙ୍କ ବାସଭବନ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ମଧ୍ୟ ନିଜର ସହମତି ପ୍ରକାଶ କରି କହିଥିଲେ ଯେ, ଐତିହ୍ୟ ପରମ୍ପରାକୁ ସାମ୍ମନା ଦେବା କଥା। ଏଥିପାଇଁ ସରକାର ପଦକ୍ଷେପ ନେବା ନିହାତି ଆବଶ୍ୟକ।

Leave A Reply

Your email address will not be published.