Odisha Link
Bridging the Missing Links in Odisha

କର୍ଣ୍ଣାଟକ ବିଧାନସଭା ନିର୍ବାଚନ: ମେ’୧୦ରେ ଭୋଟ, ୧୩ରେ ଫଳାଫଳ

ଆସନ୍ତା ମେ ୨୪ ତାରିଖରେ କର୍ଣ୍ଣାଟକ ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି।

ଓଏଲ୍‌ ବ୍ୟୁରୋ : ପାଖେଇ ଆସୁଛି ନିର୍ବାଚନ ପ୍ରକ୍ରିୟା। ନିର୍ବାଚନକୁ ନଜରରେ ରଖି ବିଭିନ୍ନ ରାଜନୈତିକ ଦଳ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି। ତେବେ ଏହାରି ମଧ୍ୟରେ କର୍ଣ୍ଣାଟକ ବିଧାନସଭା ଭୋଟ୍ ଗ୍ରହଣ ତାରିଖ ଘୋଷଣା ହୋଇଛି ଏବଂ ତା ସହ ନିର୍ବାଚନ ଫଳାଫଳ ତାରିଖ ମଧ୍ୟ ଘୋଷଣା କରାଯାଇଅଛି। ଆସନ୍ତା ମେ ମାସ ୧୦ ତାରିଖରେ ହେବ କର୍ଣ୍ଣାଟକ ବିଧାନସଭା ଭୋଟ୍। ମେ ୧୩ ତାରିଖରେ ଆସିବ କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳାଫଳ। କର୍ଣ୍ଣାଟକର ବିଧାନସଭା ନିର୍ବାଚନ ଗୋଟିଏ ପର୍ଯ୍ୟାୟରେ ହେବ ବୋଲି ଆଜି ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ନିର୍ବାଚନ କମିଶନ।

ସୂଚନା ଅନୁସାରେ, ଆସନ୍ତା ମେ ୨୪ ତାରିଖରେ କର୍ଣ୍ଣାଟକ ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି। ଏହା ପୂର୍ବରୁ ନିର୍ବାଚନ ଶେଷ ହୋଇ ସରକାର ଗଠନ ହେବ। ତେଣୁ ନିର୍ବାଚନ କମିସନ ଆଜି କର୍ଣ୍ଣାଟକ ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରିବା ସହିତ ମେ ୧୦ରେ ଭୋଟ୍ ଓ ମେ ୧୩ରେ ରେଜଲ୍ଟ ଆସିବ ବୋଲି ସୂଚନା ଦେଇଛନ୍ତି। ତେବେ ନିର୍ବାଚନ ତାରିଖ ଘୋଷଣା ପରେ ନିର୍ଵାଚନରେ ବାଜିମାତ କରିବାକୁ ବିଭିନ୍ନ ରାଜନୈତିକ ଦଳ ନିଜର ନିର୍ବାଚନୀ ଗୋଟି ଚଳାଇବା ଆରମ୍ଭ କରିଦେବେ। ଆଗାମୀ ନିର୍ବାଚନ ଶେଷ ପରେ ଜଣା ପଡିବ କେଉଁ ଦଳର ରାଜନୈତିକ ପଲ୍ଲା କେତେ ଭାରି ହେଉଛି।

Leave A Reply

Your email address will not be published.