Odisha Link
Bridging the Missing Links in Odisha

୫ ପୁଲିସଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା ଅଭିଯୁକ୍ତ

ପୁଲିସଙ୍କୁ କାହିଁକି ଆସିଛ ପଚାରି କଟୁରୀରେ ଅତର୍କିତ ଆକ୍ରମଣ କଲା ଅଭିଯୁକ୍ତ।

ଓଏଲ୍‌ ବ୍ୟୁରୋ: ନୀଳଗିରିରେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ୫ ପୁଲିସଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା ଅଭିଯୁକ୍ତ। ନୀଳଗିରି ଥାନା ଜାମ୍ବୁଡ଼ିସାହିରେ ପୁଲିସ ଓ ଗ୍ରାମରକ୍ଷୀଙ୍କୁ ଆକ୍ରମଣ କରିଛନ୍ତି ଦୁର୍ବୁତ୍ତ। ଏକ ହତ୍ୟା ଉଦ୍ୟମ ମାମଲାରେ ନୋଟିସ ଦେବାକୁ ଯାଇଥିଲେ ପୁଲିସ କର୍ମଚାରୀ। ପୁଲିସଙ୍କୁ କାହିଁକି ଆସିଛ ପଚାରି କଟୁରୀରେ ଅତର୍କିତ ଆକ୍ରମଣ କଲା ଅଭିଯୁକ୍ତ।

ଦୁର୍ବୁତ୍ତର ଅତର୍କିତ ଆକ୍ରମଣର ଶିକାର ହୋଇଥିବା ଆହତ ପୁଲିସ ଓ ଗ୍ରାମରକ୍ଷୀଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ପଦ୍ମଲୋଚନ ପାତ୍ରକୁ କାବୁ କରି ଥାନାରେ ଅଟକ ରହିଛି। ରକ୍ଷକଙ୍କ ଉପରେ ଦୁର୍ବୁତ୍ତଙ୍କ ଏପରି ଆକ୍ରମଣକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ଯଦି ରକ୍ଷକ ନିଜେ ଏଠି ସୁରକ୍ଷିତ ନୁହନ୍ତି, ତାହାଲେ ସାଧାରଣ ଜନତାଙ୍କ ଅବସ୍ଥା କଣ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

Leave A Reply

Your email address will not be published.