Odisha Link
Bridging the Missing Links in Odisha

ଆଇପିଏଲ୍‌ ୨୦୨୩: ପ୍ରଥମ ମ୍ୟଚରେ ଧୋନୀ-ପାଣ୍ଡ୍ୟା ଲଢେଇ

ଓଏଲ୍‌ ବ୍ୟୁରୋ: ଆଜିଠୁ ଆରମ୍ଭ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍) ମହାସମର । ଆଇପିଏଲର ୧୬ ତମ ସଂସ୍କରଣର ପ୍ରଥମ ମ୍ୟାଚ୍‌ ଦୁଇ ଗୁରୁ ଶିଷ୍ୟ ତଥା ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି -ଭବିଷ୍ୟତ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଲଢ଼େଇରୁ ଆରମ୍ଭ ହେବ। ହାର୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନ୍ସ ଗତବର୍ଷ ପଦାର୍ପଣ ଋତୁରେ ବିଜେତା ହୋଇ ସମସ୍ତଙ୍କୁ ଚମକ୍ତୃତ କରିଦେଇଥିଲା। ଉଦ୍‌ଘାଟନୀ ମ୍ୟାଚ୍‌ ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ହାର୍ଦ୍ଦିକ୍‌ ପାଣ୍ଡ୍ୟାଙ୍କ ଡିଫେଣ୍ଡିଂ ଚାମ୍ପିୟନ୍‌ ଗୁଜରାଟ ଟାଇଟନ୍ସ ଓ ୪ ଥରର ଚାମ୍ପିୟନ୍‌ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ।

ପ୍ରଥମ ଥର ପାଇଁ ଆଇପିଏଲ୍‌ରେ ଇମ୍ପାକ୍ଟ ପ୍ଲେୟାର୍‌ ନିୟମ ପ୍ରଣୟନ ହେବାକୁ ଯାଉଛି। ଏହାଦ୍ବାରା ଟସ୍ ସମୟରେ ଚୂଡାନ୍ତ ୧୧ ସହିତ ଦଳ ଅତିରିକ୍ତ ୪ ଜଣଙ୍କ ନାମ ଦେବେ। ଯେଉଁ ୪ ଜଣଙ୍କ ମଧ୍ୟରୁ ଜଣଙ୍କୁ ତାଙ୍କ ଅଧିନାୟକ ଟସ୍ ପରେ ମଧ୍ୟ ବ୍ୟବହାର କରିପାରିବେ। ସେ ମଧ୍ୟ ମ୍ୟାଚ୍‌ ମଝିରେ ଆସି ବ୍ୟାଟିଂ ଓ ବୋଲିଂ କରିପାରିବେ। ଟସ୍ ପାଇଁ ପଡ଼ିଆକୁ ଯିବାବେଳେ ଦୁଇ ଅଧିନାୟକ ମଧ୍ୟ ଦୁଇ ସେଟ୍‌ର ଦଳ ଚୟନ କରି ଆସିପାରନ୍ତି। ପ୍ରଥମେ ବ୍ୟାଟିଂ ପଡ଼ିଲେ ଏବଂ ପ୍ରଥମେ ବୋଲିଂ ପଡ଼ିଲେ ଦଳୀୟ ସମନ୍ବୟ କିଭଳି ହେବ ବିକଳ୍ପ ରଖିପାରିବେ। ଟସ୍ ପରେ ଏହା ଉଭୟ ଅଧିନାୟକ ଅଦଳବଦଳ କରିବେ। ତେବେ କୌଣସି ଦଳ ଯଦି ସେମାନଙ୍କ ଚୂଡାନ୍ତ ଏକାଦଶରେ ସମ୍ପୂର୍ଣ୍ଣ ବିଦେଶୀ କୋଟା (୪ ଖେଳାଳି) ସାମିଲ ରଖିଥିବେ, ତେବେ ଇମ୍ପାକ୍ଟ ଖେଳାଳି ଭାବେ କେବଳ ଭାରତୀୟଙ୍କୁ ରଖିବେ। ଏହି ନିୟମକୁ ସଭିଏଁ ଗ୍ରହଣ କରିପାରିନାହାନ୍ତି।

ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଭାରତରେ ୫୦ ଓଭରିଆ ବିଶ୍ବକପ୍‌ ଖେଳାଯିବାକୁ ଥିବାବେଳେ କିଛି ଭାରତୀୟ ଖେଳାଳି ମଧ୍ୟ ସମ୍ପୂର୍ଣ୍ଣ ଆଇପିଏଲ୍‌ ନ ଖେଳି ବିଶ୍ରାମ ଦେବାର ସମ୍ଭାବନା ରହିଛି। ଜାତୀୟ ଦିନିକିଆ ଦଳର ସଦସ୍ୟମାନଙ୍କୁ ବି ଅଧିନାୟକ ରୋହିତ ଶର୍ମା ସେହି ମର୍ମରେ ପରାମର୍ଶ ଦେଇଛନ୍ତି। ଆହତ କାରଣରୁ ମଧ୍ୟ ୩ ପ୍ରମୁଖ ଭାରତୀୟ‌ ଖେଳାଳି ଋଷଭ ପନ୍ତ୍‌ (ଦିଲ୍ଲୀ କ୍ୟାପିଟାଲ୍ସ), ଯଶପ୍ରୀତ ବୁମରା (ମୁମ୍ବାଇ ଇଣ୍ଡିଆନ୍ସ), ଶ୍ରେୟସ ଆୟର୍ (କେକେଆର୍‌) ଏବଂ ଇଂଲିସ୍ ବ୍ୟାଟ୍ସମ୍ୟାନ୍‌ ଜନି ବେୟାରଷ୍ଟୋ (ପଞ୍ଜାବ କିଙ୍ଗ୍ସ)ଙ୍କ ‌ଖେଳ ସେମାନଙ୍କ ପ୍ରଶଂସକ ଦେଖିପାରିବେ ନାହିଁ।

ଗୁଜରାଟ ଟାଇଟନ୍ସ: ହାର୍ଦ୍ଦିକ୍‌ ପାଣ୍ଡ୍ୟା(ଅଧିନାୟକ), ଶୁବମାନ ଗିଲ୍‌, ଶ୍ରୀକର ଭରତ, ରିଦ୍ଧିମାନ ଶାହା, କେନ୍‌ ଓ୍ବିଲିୟମସନ୍‌, ରାହୁଲ ଟଓ୍ବେଟିଆ, ଅଭିନବ ମନୋହର, ମହମ୍ମଦ ଶାମି, ପ୍ରଦୀପ ସାଙ୍ଗଓ୍ବନ, ଆର. ସାଇ କିଶୋର, ବିଜୟ ଶଙ୍କର, ସାଇ ସୁଦର୍ଶନ, ରାଶିଦ୍‌ ଖାନ୍‌, ଶିବମ ମାଭି, ମାଥ୍ୟୁ ଓ୍ବେଡ୍‌, ଓଡ଼ିନ୍‌ ସ୍ମିଥ୍‌, ଉର୍ଭିଲ ପଟେଲ, ଦର୍ଶନ ନାଲକଣ୍ଡେ, ଡେଭିଡ୍‌ ମିଲର୍‌, ଜୋସୁଆ ଲିଟିଲ୍‌, ୟଶ୍‌ ଦୟାଲ, ଜୟନ୍ତ ଯାଦବ, ନୁର୍‌ ଅହମଦ୍‌, ଆଲଜାରି ଯୋଶେଫ୍‌।

ଚେନ୍ନାଇ ସୁପରକିଙ୍ଗ୍ସ: ମହେନ୍ଦ୍ର ସିଂ ଧୋନୀ (ଅଧିନାୟକ), ଡେଭନ୍‌ କନ୍‌ଓ୍ବେ, ଋତୁରାଜ ଗାଏକ୍ୱାଡ, ଅମ୍ବାତି ରାୟୁଡୁ, ମୋଇନ ଅଲୀ, ବେନ୍‌ ଷ୍ଟୋକ୍ସ, ରବୀନ୍ଦ୍ର ଜାଡେଜା, ଆଜିଙ୍କ୍ୟ ରାହାନେ, ସିସାନ୍ଦା ମଗଲା, ଶିବମ ଦୁବେ, ଡ୍ବେନ୍‌ ପ୍ରିଟୋରିୟସ୍‌, ଅଜୟ ମଣ୍ଡଳ, ନିଶାନ୍ତ ସିନ୍ଧୁ, ରାଜବର୍ଦ୍ଧନ ହଙ୍ଗରଗେକର୍‌, ମିଚେଲ୍‌ ସାଣ୍ଟନର, ଶୁଭ୍ରାଂଶୁ ସେନାପତି, ସିମରଜିତ୍‌ ସିଂ, ମଥିସା ପଥିରାନା, ମହେଶ ଥିକ୍‌ସାନା,ଭଗତ ବର୍ମା, ପ୍ରଶାନ୍ତ ସୋଲାଙ୍କି, ଶେକ୍‌ ରଶିଦ୍‌ ଓ ତୁଷାର ଦେଶପାଣ୍ଡେ।

Leave A Reply

Your email address will not be published.