Odisha Link
Bridging the Missing Links in Odisha

ନଦୀରୁ ଅଖାରେ ଭର୍ତ୍ତି ମିଳିଲା ମହିଳାଙ୍କ ମୃତଦେହ

ମୃତ ମହିଳାଙ୍କ ପରିଚୟ ସ୍ପଷ୍ଟ ହୋଇପାରିନାହିଁ।

ଓଏଲ୍‌ ବ୍ୟୁରୋ: ଜଳେଶ୍ବର ସୁବର୍ଣ୍ଣରେଖା ନଦୀର ରାଜଘାଟ ନିକଟରେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସୁବର୍ଣ୍ଣରେଖା ନଦୀର ରାଜଘାଟ ନିକଟରୁ ଅଖାରେ ଭର୍ତ୍ତି ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅଖାରେ ଭର୍ତ୍ତି ମୃତ ମହିଳାଙ୍କ ପରିଚୟ ସ୍ପଷ୍ଟ ହୋଇପାରିନାହିଁ। ଘଟଣା ସ୍ଥଳରେ ପୁଲିସ ଛାନଭିନ ଜାରି କରିଛି।

ମୃତ ମହିଳାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ନଥିବାବେଳେ କେହି ଦୁର୍ବୃତ୍ତ ମହିଳାଙ୍କୁ ମାରି ନଦୀକୁ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। ତେବେ ଏଭଳି କେଉଁକାରଣରୁ ହୋଇଥାଇପାରେ ଏବଂ ମହିଳା ଜଣକ କିଏ ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି। ପୁଲିସ ତଦନ୍ତ ଜାରି କରିଛି।