Odisha Link
Bridging the Missing Links in Odisha

ଡ଼ରାଇଲାଣି କରୋନା ମହାମାରୀ, ଆଜି ଦୈନିକ ସଂକ୍ରମଣ ସଂଖ୍ୟା ୨,୯୯୪

ଗତ ୨୪ ‌ଘଣ୍ଟାରେ ୯ ଟି ମୃତ୍ୟୁ ରିପୋର୍ଟ କରାଯିବା ଫଳରେ ଦେଶରେ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୫,୩୦,୮୭୬କୁ ବୃଦ୍ଧି ପାଇଛି।

ଓଏଲ୍‌ ବ୍ୟୁରୋ: କରୋନା ଭୂତାଣୁକୁ ନେଇ ବଢ଼ିଲା ଚିନ୍ତା। ପୁଣି ଡ଼ରାଇଲାଣି କରୋନା ମହାମାରୀ। କିଛି ମାସର ବ୍ୟବଧାନ ପରେ ଧୀରେଧୀରେ ଦେଶର ଦୈନିକ ସଂକ୍ରମଣ ମାମଲା ବଢ଼ିବା ଆରମ୍ଭ ହେଲାଣି। ଆଜି ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୨,୯୯୪। ଦେଶରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୩,୦୦୦ ତଳକୁ ଚାଲି ଆସିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୬,୦୦୦ ଟପି ଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶନିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୯୯୪ କରୋନା ଭାଇରସ୍‌ ଜନିତ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୨,୯୯୪ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୭,୧୮,୭୮୧ରେ ପହଞ୍ଚିଛି। ଗତ ୨୪ ‌ଘଣ୍ଟାରେ ୯ ଟି ମୃତ୍ୟୁ ରିପୋର୍ଟ କରାଯିବା ଫଳରେ ଦେଶରେ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୫,୩୦,୮୭୬କୁ ବୃଦ୍ଧି ପାଇଛି।

ଖବର ଅନୁସାରେ, ପୂର୍ବରୁ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୩୦୯୫ ଜଣଙ୍କ ନୂଆ କରୋନା ରୋଗୀ ଚିହ୍ନଟ କରାଯାଇଥିଲା। ଏହା ୨୦୨୩ରେ ସବୁଠାରୁ ଅଧିକ ଦୈନିକ ସଂକ୍ରମଣ। ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୫,୨୦୮ରେ ପହଞ୍ଚିଥିବା ଜଣା ପଡିଥିଲା। ସ୍ଥିତି ଏପରି ହୋଇଛି ଯେ ଚଳିତ ବର୍ଷ ପ୍ରଥମଥର ପାଇଁ ଦୈନିକ ସଂକ୍ରମଣ ୩ ହଜାର ଡେଇଁଥିଲା। ବିଗତ କିଛି ଦିନ ହେଲାଣି ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ଆରମ୍ଭ କରିଛି। ଗୋଟିଏ ପଟେ ଏଚ୩ଏନ୨ ଇନଫ୍ଲୁଏଞ୍ଜା ମାମଲା ବଢ଼ୁଥିବା ବେଳେ କରୋନା ଗ୍ରାଫ ମଧ୍ୟ ଉପର ମୁହାଁ ହୋଇଛି।

Leave A Reply

Your email address will not be published.