ଜରୁରୀକାଳିନ ଅବତରଣ କଲା ଇଣ୍ଡିଗୋ ବିମାନ
ଏମରଜେନ୍ସି ଲ୍ୟାଣ୍ଡି ଯୋଗୁଁ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ୧୩୭ ଜଣ ଯାତ୍ରୀ।

ଓଏଲ୍ ବ୍ୟୁରୋ: ଇଣ୍ଡିଗୋ ବିମାନକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ୧୩୭ଜଣ ଯାତ୍ରୀ ନେଇ ଯାତ୍ରା କରୁଥିବା ଇଣ୍ଡିଗୋ ବିମାନ ଜରୁରୀ କାଳୀନ ପରିସ୍ଥିତିରେ ଅବତରଣ କରିଛି। ବାଙ୍ଗାଲୁରୁରୁ ବାରଣାସୀ ଯାଉଥିଲା ଇଣ୍ଡିଗୋ ବିମାନ। ତେବେ ଇଣ୍ଡିଗୋରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନାରୁ ଜଣାପଡିଛି।
ଖବର ଅନୁସାରେ, ଇଣ୍ଡିଗୋ ବିମାନଟି ୧୩୭ଜଣ ଯାତ୍ରୀଙ୍କୁ ନେଇ ବାଙ୍ଗାଲୁରୁରୁ ବାରଣାସୀକୁ ଉଡାଣ ଭରିଥିଲା। ଅଧା ବାଟରେ ବିମାନରେ ଯାନ୍ତ୍ରୀକ ତ୍ରୁଟି ଦେଖା ଦେଇଥିଲା। ଯାହାକୁ ନେଇ ସକାଳ ପ୍ରାୟ ୬.୧୫ ମିନିଟରେ ପାଇଲଟ୍ ବିମାନକୁ ଏମରଜେନ୍ସି ଲ୍ୟାଣ୍ଡି କରିଥିଲେ। ଏମରଜେନ୍ସି ଲ୍ୟାଣ୍ଡି ଯୋଗୁଁ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ୧୩୭ ଜଣ ଯାତ୍ରୀ। ତେବେ ଏଭଳି ଘଟଣା ପୂର୍ବରୁ ମଧ୍ୟ ସାମ୍ନାକୁ ଆସିଥିଲା।