କେନ୍ଦ୍ରାପଡ଼ାରେ ଅଜଣା ଜନ୍ତୁ ଆତଙ୍କ, ୮ ମେଣ୍ଢା ମୃତ
ଏଭଳି ବାରମ୍ବାର ହେବା କାରଣରୁ ଗ୍ରାମବାସୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ଓଏଲ୍ ବ୍ୟୁରୋ: ଅଜଣା ଜନ୍ତୁଙ୍କ ଆକ୍ରମଣକୁ ନେଇ ଭୟବିତ୍ତ ଲୋକେ। ଅଜଣା ଜନ୍ତୁ ମେଣ୍ଢା ମାରି ଖାଇଥିବା ସନ୍ଦେହରେ କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ କଳାଗଡ଼ ଗାଁରେ ଆତଙ୍କିତ ଗ୍ରାମବାସୀ। ମହାକାଳପଡ଼ା ବ୍ଲକ କଳାଗଡ଼ ଗାଁରେ ୮ଟି ମେଣ୍ଢାକୁ ଅଜଣା ଜନ୍ତୁ ମାରି ଖାଇଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ଅଜଣା ଜନ୍ତୁ ଆକ୍ରମଣରେ ୮ଟି ମେଣ୍ଢାଙ୍କ ମୃତ୍ୟୁ ହେଇଥିବାବେଳେ ଆଉ କିଛି ମେଣ୍ଢା କ୍ଷତବିକ୍ଷତ ହୋଇଥିବା ସୂଚନା ମିଳିଛି। ଦୁଇଦିନ ତଳେ ମଧ୍ୟ ସେହି କଳାଗଡ଼ରେ ୩୦ ମେଣ୍ଢା ଅଜଣା ଜନ୍ତୁ ମାରିଥିବା ଖବର ସାମ୍ନାକୁ ଆସିଥିଲା। ଏଭଳି ବାରମ୍ବାର ହେବା କାରଣରୁ ଗ୍ରାମବାସୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ଖବର ଅନୁସାରେ, ପୂର୍ବରୁ କଟକ ନିଆଳି ଅଂଚଳରେ ବାରମ୍ବାର ଅଜଣା ଜନ୍ତୁଙ୍କ ଆକ୍ରମଣରେ ମେଣ୍ଢାଙ୍କ ମୃତ୍ୟୁ ହୋଇଥିବା ଅନେକ ଖବର ସାମ୍ନାକୁ ଆସିଥିଲା। କିଛି ଦିନ ପରେ ପୁଣି ଅଜଣା ଜନ୍ତୁଙ୍କ ଆକ୍ରମଣକୁ ନେଇ ଗ୍ରାମବାସୀଙ୍କ ମନରେ ଆତଙ୍କ ଦେଖା ଦେଇଥିଲା। ବର୍ତ୍ତମାନ ନିଆଳି ପରେ କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକରେ ଅଜଣା ଜନ୍ତୁ ମେଣ୍ଢା ମାରି ଖାଇଦେଉଥିବା ଅଭିଯୋଗ ସାମ୍ନାକୁ ଆସିଛି।