Odisha Link
Bridging the Missing Links in Odisha

ଉଚ୍ଚଶିକ୍ଷା ପାଇଁ ଆମେରିକା ଯାଇଥିଲେ, ଗୁଳିକରି ଭାରତୀୟ ଛାତ୍ରଙ୍କୁ ହତ୍ୟା

ଓଏଲ୍‌ ବ୍ୟୁରୋ: ପୁଣିଥରେ ଆମେରିକାରେ ଭାରତୀୟ ଯୁବକଙ୍କୁ ହତ୍ୟା। ଉଚ୍ଚଶିକ୍ଷା ପାଇଁ ଆମେରକିା ଯାଇଥିବା ୨୪ ବର୍ଷିୟ ସାଇଶ ବୀରାଙ୍କ ମୃତ୍ୟୁ ହୋଇଛି। ସେ ଆନ୍ଧପ୍ରଦେଶର ବାସିନ୍ଦା ବୋଲି ସୂଚନା ମିଳିଛି। ସେ ଆମେରିକାରେ ଏକ ପେଟ୍ରୋଲ ପମ୍ପରେ କାର୍ଯ୍ୟ କରି ନିଜର ପଢ଼ାଖର୍ଚ୍ଚ ଉଠାଉଥିଲେ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଏପ୍ରିଲ ୨୦ ତାରିଖ ଦିନ ୧୨ଟା ୫୦ ମିନିଟରେ କଲମ୍ବସ ପୁଲିସ ଅଧିକାରୀମାନେ ପେଟ୍ରୋଲ ଟାଙ୍କିରେ ଗୁଳିକାଣ୍ଡ ହୋଇଥିବା ଖବର ପାଇଥିଲେ। ପୁଲିସ ସେଠାରେ ପହଞ୍ଚିବା ପରେ ସାଇଶ ବୀରାଙ୍କୁ ଗୁରୁତର ଅବସ୍ଥାରେ ଠାବ କରିଥିଲେ। କଲମ୍ବସ ସହରର ଅଗ୍ନିଶମ ସେବା କର୍ମଚାରୀ ପହଞ୍ଚି ତାଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ। ହେଲେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା।

ଘଟଣା ସଂପର୍କରେ ମୃତ ଯୁବକର ପରିବାର ଲୋକଙ୍କୁ ଅବଗତ କରାଯାଇଛି ବୋଲି ପୁଲିସ କହିଛି। କଲମ୍ବସ ଡିଭିଜନ ପୁଲିସ ସିସିଟିଭି କ୍ୟାମେରା ଫୁଟେଜକୁ ଉଦ୍ଧାର କରି ପୁଲିସ ସନ୍ଦିଗ୍ଧଙ୍କ ଏକ ଫଟୋ ମଧ୍ୟ ଜାରି କରିଛି ।

Leave A Reply

Your email address will not be published.