Odisha Link
Bridging the Missing Links in Odisha

ANI ଟ୍ବିଟର ଆକାଉଣ୍ଟରେ ତାଲା

ଓଏଲ୍‌ ବ୍ୟୁରୋ: ଏସିଆନ ନ୍ୟୁଜ ଇଣ୍ଟରନ୍ୟାସନାଲ (ଏଏନଆଇ)ର ଟ୍ବିଟର ଆକାଉଣ୍ଟରେ ତାଲା। ଯେଉଁ ଲୋକମାନେ ଏଏନଆଇକୁ ଫଲୋ କରୁଛନ୍ତି ସେମାନଙ୍କ ପାଇଁ ଖରାପ ଖବର। କାରଣଟ୍ୱିଟର କମ୍ପାନୀ ଭାରତର ସବୁଠୁ ବଡ଼ ସମାଚାର ଏଜେନ୍ସି, ଯାହାର ୭.୬ ମିଲିୟନ ଫଲୋୟର୍ସ ରହିଛି, ତାକୁ ବନ୍ଦ କରିଦେଇଛି।

ଏହି ନ୍ୟୁଜ ଏଜେନ୍ସିର ଟ୍ୱିଟର ହ୍ୟାଣ୍ଡେଲରେ ଏହି ଆକାଉଣ୍ଟ ଉପଲବ୍ଧ ନାହିଁ ବୋଲି ମେସେଜ୍ ଦେଖାଯାଉଛି ।ପ୍ରତି ସେକଣ୍ଡରେ ଖବର ଅପଡେଟ କରୁଥିବା ଏନଏନଆଇର ଟ୍ୱିଟର ହ୍ୟାଣ୍ଡେଲକୁ ଲକ୍ କରି ଦେଇଛି ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର । ଏନେଇ ସୂଚନା ଦେଇଛନ୍ତି ଏଏନଆଇର ସମ୍ପାଦକ ସ୍ମିତା ପ୍ରକାଶ।

ସେ କହିଛନ୍ତି ଯେ ମାଇକ୍ରୋ-ବ୍ଲଗିଂ ପ୍ଲାଟଫର୍ମକୁ ଚଳାଇବା ପାଇଁ ନ୍ୟୁନତମ ଆୟୁ ମାନଦଣ୍ଡ ପୂରଣ ନକରିଥିବା କାରଣରୁ ଟ୍ୱିଟର ଏସିଆନ ନ୍ୟୁଜ ଇଣ୍ଟରନ୍ୟାସନାଲ (ଏଏନଆଇ) ଆକାଉଣ୍ଟକୁ ବନ୍ଦ କରିଦେଇଛି। ଏଥିସହିତ ଟରରୁ ଆସିଥିବା ମେଲର ସ୍କ୍ରିନସଟ୍ ସେୟାର କରି କହିଛନ୍ତି ଯେ, ଏଏନଆଇର ହ୍ୟାଣ୍ଡେଲ ଲକ୍ କରିଦିଆଯାଇଛି।

ସେ ସେୟାର କରାଯାଇଥିବା ମେଲରେ ଲେଖାଯାଇଛି ଯେ, ଟ୍ୱିଟର ଆକାଉଣ୍ଟ ବନାଇବା ପାଇଁ ଆପଣଙ୍କ ବୟସ ଅତିକମରେ ୧୩ ବର୍ଷ ହେବା ଆବଶ୍ୟକ। ଟ୍ୱିଟର ନିର୍ଦ୍ଧାରିତ କରିଛି ଯେ ଆପଣ ଏହି ବୟସ ଆବଶ୍ୟକତାକୁ ପୂରଣ କରିନାହାନ୍ତି ସେଥିପାଇଁ ଆପଣଙ୍କ ଆକାଉଣ୍ଟ ଲକ୍ କରିଦିଆଯାଇଛି ଏବଂ ଟ୍ୱିଟରରୁ ହଟାଇ ଦିଆଯିବ।

Leave A Reply

Your email address will not be published.