Odisha Link
Bridging the Missing Links in Odisha

ମାଲକାନଗିରିରେ ପୁଷ୍ପା-୨ର ସୁଟିଂ ପାଇଁ ସ୍ଥାନ ପରିଦର୍ଶନ କଲେ ନିର୍ଦ୍ଦେଶକ

ତେବେ ଚଳଚ୍ଚିତ୍ର ସୁଟିଂ ପାଇଁ ସ୍ଥାନ ପରିଦର୍ଶନ କଲେ ନିର୍ଦ୍ଦେଶକ ସୁମର, ସହାୟକ ନିର୍ଦ୍ଦେଶକ ଏମ. ପ୍ରସାଦ, କ୍ୟାମେରା ମ୍ୟାନ କ୍ୱାବା।

ଓଏଲ୍‌ ବ୍ୟୁରୋ: ମାଲକାନଗିରି ଜିଲ୍ଲାରେ ହେବ ଚଳଚ୍ଚିତ୍ର ପୁଷ୍ପା-୨ର କିଛି ଭାଗ ସୁଟିଂ। ସ୍ୱାଭିମାନ ଅଞ୍ଚଳ ମୁହାଁ ନିର୍ଦ୍ଦେଶକ। ଏବେ ସ୍ୱାଭିମାନ ଅଞ୍ଚଳରେ ଫିଲ୍ମ ସୁଟିଂ କରିବାକୁ ନିର୍ଦ୍ଦେଶକଙ୍କ ଧାଡି ଲାଗିଲାଣି। ଦକ୍ଷିଣ ଭାରତର ପ୍ରସିଦ୍ଧ ସିନେମା ପୁଷ୍ପାର ଦ୍ଵିତୀୟ ଭାଗ କେବେ ଆସିବ ସେନେଇ ଦର୍ଶକ ଅପେକ୍ଷା କରିଥିବାବେଳେ ଏହି ଚଳଚିତ୍ରର ସୁଟିଂ ପାଇଁ ମାଲକାନଗିରି ଜିଲ୍ଲାକୁ ମନୋନୀତ କରିଥିବା ଖବର ଏବେ ଓଡିଶାବାସୀଙ୍କ ମନରେ ବେଶ ଖୁସି ଭରି ଦେଇଛି। ପ୍ରଥମେ ଦମନ ଫିଲ୍ମର ସଫଳତା ପରେ ଏବେ ପୁଷ୍ପା-୨ର ସୁଟିଂକୁ ନେଇ ସ୍ୱାଭିମାନ ଅଞ୍ଚଳକୁ ନେଇ ଜୋର ଧରିଛି ଚର୍ଚ୍ଚା। ବହୁ ଚର୍ଚ୍ଚିତ ତେଲୁଗୁ ସିନେମା ପୁଷ୍ପା-୨ର ସୁଟିଂ ପ୍ରଥମେ ସ୍ୱାଭିମାନ ଅଞ୍ଚଳ ନୁହେଁ ବରଂ ଜିଲ୍ଲାର ପୋଲୁର ହେବା ନେଇ ଚୂଡାନ୍ତ ହୋଇଛି। ତେବେ ଚଳଚ୍ଚିତ୍ର ସୁଟିଂ ପାଇଁ ସ୍ଥାନ ପରିଦର୍ଶନ କଲେ ନିର୍ଦ୍ଦେଶକ ସୁମର, ସହାୟକ ନିର୍ଦ୍ଦେଶକ ଏମ. ପ୍ରସାଦ, କ୍ୟାମେରା ମ୍ୟାନ କ୍ୱାବା।

ସାରାଦେଶରେ ଚଳଚ୍ଚିତ୍ର ଜଗତରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପୁଷ୍ପା ସ୍ୱାଭିମାନ ଅଞ୍ଚଳର ପାଦଦେଶକୁ ଲାଗିଥିବା ତଥା ଅନ୍ଧ୍ରପ୍ରଦେଶ ସୀମାରେ ଥିବା ତରାବୁରେ ପୁଷ୍ପାର ପାର୍ଟ-୨ ସୁଟିଂ ଆରମ୍ଭ ହୋଇଥିଲା। ଗତ ଏପ୍ରିଲ ୧୮ରେ ପୁଷ୍ପା ଫିଲ୍ମ ନିର୍ମାତା ସଂସ୍ଥାର ପୂରା ଟିମ୍ ତରାବୁ ଜଳ ପ୍ରପାତରେ ପହଞ୍ଚି ସୁଟିଂ କରିଥିଲେ। ସ୍ୱାଭିମାନ ଅଞ୍ଚଳରେ ଏହି ଫିଲ୍ମର ସୁଟିଙ୍ଗ ହେବାର ଅଛି ବୋଲି ଜଣାପଡ଼ିବା ପରେ ସ୍ଥାନୀୟ ଲୋକଙ୍କ ଭିତରେ ଉତ୍ସାହ ବଢ଼ିବାରେ ଲାଗିଛି। ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ଆକର୍ଷଣୀୟ ଲୋକେସନରେ ପୁଷ୍ପା-୨ର କିଛି ଭାଗର ସୁଟିଂ କରାଯିବ। ନକ୍ସଲ ଦମନ ପରେ ପ୍ରକୃତିର ଏହି ସୁନ୍ଦର ସ୍ଥାନରେ ଫିଲ୍ମ କରାଯିବା ଚର୍ଚ୍ଚାକୁ ବଢ଼ାଇଛି। ସୁଟିଂ ପାଇଁ ପୂର୍ବରୁ ଅସ୍ଥାୟୀ ଘର ସହ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି।

Leave A Reply

Your email address will not be published.