Odisha Link
Bridging the Missing Links in Odisha

ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ସମ୍ମାନରେ ସମ୍ମାନିତ ହେଲେ ପ୍ରତିଭା, ସୀତାକାନ୍ତ ଓ ଶ୍ରୀନିବାସ

୩ବର୍ଷ ଲାଗି ୪୫ଜଣ ବରିଷ୍ଠ ସାହିତ୍ୟ ସ୍ରଷ୍ଟାଙ୍କୁ ଏକାଡେମୀ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିବା ସୂଚନା ରହିଛି।

ଓଏଲ୍‌ ବ୍ୟୁରୋ: ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସର୍ବୋଚ୍ଚ ସାରସ୍ବତ ସମ୍ମାନ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର କାର୍ଯ୍ୟକ୍ରମ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହୋଇଯାଇଛି। ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ସମ୍ମାନରେ ସମ୍ମାନିତ ହୋଇଛନ୍ତି ପ୍ରତିଭା, ସୀତାକାନ୍ତ ଓ ଶ୍ରୀନିବାସ। ପଦ୍ମଭୂଷଣ ପ୍ରତିଭା ରାୟଙ୍କୁ ୨୦୨୧ ପାଇଁ ବିିଶିଷ୍ଟ ସାରସ୍ବତ ସାଧିକା ସମ୍ମାନରେ ସମ୍ମାନିତ କରାଯାଇଛି। ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ରଙ୍କୁ ୨୦୨୨ ପାଇଁ ବିଶିଷ୍ଟ କବି ଭାବେ ସମ୍ମାନିତ କରାଯାଇଛି।

୨୦୨୩ ପାଇଁ ବିଶିଷ୍ଟ ସାରସ୍ବତ ସାଧକ ପଦ୍ମଶ୍ରୀ ଶ୍ରୀନିବାସ ଉଦ୍‌ଗାତାଙ୍କୁ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ସମ୍ମାନରେ ସମ୍ମାନିତ କରାଯାଇଛି। ସେହିପରି ୩ବର୍ଷ ଲାଗି ୪୫ଜଣ ବରିଷ୍ଠ ସାହିତ୍ୟ ସ୍ରଷ୍ଟାଙ୍କୁ ଏକାଡେମୀ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିବା ସୂଚନା ରହିଛି। ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଲେଖକ, କବି ତଥା ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ।ପଦ୍ମଭୂଷଣ ପ୍ରତିଭା ରାୟ ପୂର୍ବରୁ ଅନେକ ସମ୍ମାନନୀୟ ପଦବୀରେ ସମ୍ମାନିତ ହୋଇଛନ୍ତି। ସେହିଭଳି ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ର ଓ ପଦ୍ମଶ୍ରୀ ଶ୍ରୀନିବାସ ଉଦ୍‌ଗାତା ମଧ୍ୟ ଅନେକ ସମ୍ମାନନୀୟ ପୁରସ୍କାର ପାଇଛନ୍ତି।

Leave A Reply

Your email address will not be published.