Odisha Link
Bridging the Missing Links in Odisha

ତାମିଲନାଡ଼ୁ ପରେ ପଶ୍ଚିମବଙ୍ଗରେ ବ୍ୟାନ୍ ହେଲା ‘ଦ କେରଳ ଷ୍ଟୋରୀ’ ଫିଲ୍ମ

ଓଏଲ୍‌ ବ୍ୟୁରୋ: ନିକଟରେ ପ୍ରେକ୍ଷାଳୟରେ ରିଲିଜ୍‌ ହୋଇଥିବା ବଲିଉଡ ଫିଲ୍ମ ‘ଦ କେରଳ ଷ୍ଟୋରୀ’କୁ ନେଇ ଚର୍ଚ୍ଚା। ଗୋଟିଏ ପଟେ ଚଳଚ୍ଚିତ୍ରଟି ବକ୍ସ ଅଫିସରେ କମାଲ କରୁଥିବା ବେଳେ ଅନ୍ୟପଟେ ବିବାଦରେ ଛନ୍ଦି ହୋଇ ଅଧିକ ଚର୍ଚ୍ଚାରେ ରହିଛି ‘ଦ କେରଳ ଷ୍ଟୋରୀ’। ଏସବୁ ମଧ୍ୟରେ ପଶ୍ଚିମବଙ୍ଗରେ ବ୍ୟାନ୍‌ ହୋଇଛି ‘ଦ କେରଳ ଷ୍ଟୋରୀ’।

ପଶ୍ଚିମବଙ୍ଗରେ କ୍ଷମତାସୀନ ମମତା ସରକାର ରାଜ୍ୟରେ ଏହି ଚଳଚ୍ଚିତ୍ରକୁ ବ୍ୟାନ୍‌ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଫିଲ୍ମ ପ୍ରେକ୍ଷାଳୟରେ ଚାଲିବା ଦ୍ବାରା ରାଜ୍ୟରେ ଶାନ୍ତି ଭଙ୍ଗ ହେବାର ଆଶଙ୍କା ରହିଛି। ଏହାକୁ ନଜରରେ ରଖି ବ୍ୟାନ୍‌ ନିର୍ଦ୍ଦେଶ ଦିଆଯାଇଥିବା କୁହାଯାଉଛି। ଏପରିକି ବିଜେପି ଉପରେ ବଡ଼ ଅଭିଯୋଗ ଆଣିଛନ୍ତି ମମତା ବାନାର୍ଜୀ।

ସେ କହିଛନ୍ତି, ବିଜେପି ସରକାର ମନଗଢା ଓ ଭୁଲ କାହାଣୀକୁ ନେଇ ବେଙ୍ଗଲ ଫାଇଲ୍ସକୁ ନିର୍ମାଣ କରିବାକୁ ଫିଲ୍ମ ନିର୍ମାତାଙ୍କୁ ପଇସା ଦେଉଛି। ‘ଦ କେରଳ ଷ୍ଟୋରୀ’ ଫିଲ୍ମର କାହାଣୀ ମଧ୍ୟ ମନଗଢା ବୋଲି ମମତା କହିଛନ୍ତି।ତେବେ କିଛି ଦିନ ପୂର୍ବରୁ ତାଙ୍କର ଅଭିନେତାମାନେ ବେଙ୍ଗଲ ଆସିବା ସହିତ ମନଗଢା କାହାଣୀକୁ ନେଇ ବେଙ୍ଗଲ ଫାଇଲ୍ସ ପ୍ରସ୍ତୁତ କରିବାକୁ ଯୋଜନା କରୁଥିବା ନେଇ ସେ କହିଛନ୍ତି।

ବେଙ୍ଗଲରେ ‘ଦ କେରଳ ଷ୍ଟୋରୀ’ ଫିଲ୍ମ ବ୍ୟାନ୍ ହେବା ପରେ ଫିଲ୍ମର ପ୍ରଡ୍ୟୁସର ବିପୁଲ ଶାହା କହିଛନ୍ତି ଯେ, ଯଦି ରାଜ୍ୟ ସରକାର ତାଙ୍କ କଥା ଶୁଣିବେନି ତେବେ ସେ ଆଇନ୍ ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବେ। ଜାଣିରଖିବା ଉଚିତ୍ ଯେ, ପଶ୍ଚିମବଙ୍ଗ ପୂର୍ବରୁ ତାମିଲନାଡୁରେ ମଧ୍ୟ ଏହି ଫିଲ୍ମକୁ ବୟକଟ୍ କରାଯାଇଥିଲା। ଏହି ଫିଲ୍ମକୁ ହଲରେ ଦେଖାଇବାକୁ ହଲ୍ ମାଲିକଙ୍କ ସଙ୍ଗଠନ ମନା କରିଦେଇଥିଲା।

Leave A Reply

Your email address will not be published.