Odisha Link
Bridging the Missing Links in Odisha

ରିଲିଜ୍ ହେଲା ଚର୍ଚ୍ଚିତ ଚଳଚ୍ଚିତ୍ର ‘ଆଦିପୁରୁଷ’ର ଟ୍ରେଲର

ନିକଟରେ ଅଯୋଧ୍ୟାରେ ଫିଲ୍ମର ଟିଜର ମୁକ୍ତିଲାଭ କରିଥିଲା।

ଓଏଲ୍‌ ବ୍ୟୁରୋ: ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଆଦିପୁରୁଷ’ର ରିଲିଜ ହୋଇଛି ଟ୍ରେଲର। ରାମାୟଣର କାହାଣୀକୁ ବଡ଼ ପରଦାରେ ଦେଖିବାକୁ ଖୁବ୍ ଉତ୍ସୁକ ଅଛନ୍ତି ଦର୍ଶକ। ଓମ୍ ରାଉତଙ୍କ ଏହି ଫିଲ୍ମ ଆଗାମୀ ଜୁନ୍ ୧୬ରେ ରିଲିଜ୍ ହେବାକୁ ଯାଉଛି। ଏହି ଫିଲ୍ମରେ ପ୍ରଭାସ ଭଗବାନ ରାମଙ୍କ ଚରିତ୍ରରେ ନଜର ଆସିବେ। ସେହପରି ସୀତାଙ୍କ ରୂପରେ ଦେଖିବାକୁ ମିଳିବେ କ୍ରିତି ସାନନ୍। ଏହି ଫିଲ୍ମ ହିନ୍ଦୀ ସହ ଆଉ ୪ଟି ଭାଷାରେ ରିଲିଜ୍ ହେବ। ବହୁ ପ୍ରତିକ୍ଷୀତ ଏହି ଫିଲ୍ମର ପ୍ରଥମ ପୋଷ୍ଟର ଗତ ରାମ ନବମୀରେ ରିଲିଜ୍ ହୋଇଥିଲା। ସେହିପରି ଦ୍ୱିତୀୟ ପୋଷ୍ଟର ହନୁମାନ ଜୟନ୍ତୀରେ ରିଲିଜ୍ ହୋଇଥିଲା। ତେବେ ଆଜି ରିଲିଜ ହୋଇଛି ଚର୍ଚ୍ଚିତ ଚଳଚ୍ଚିତ୍ର ‘ଆଦିପୁରୁଷ’ର ଟ୍ରେଲର। ଟିଜରକୁ ଦେଖିବା ପରେ ଦର୍ଶକଙ୍କ ମଧ୍ୟରେ ଚଳଚ୍ଚିତ୍ରକୁ ନେଇ ଉତ୍ସାହ ବଢିଥିବା କୁହାଯାଉଛି।

ଚଳଚ୍ଚିତ୍ରରେ ରାମଙ୍କ ଜୀବନର ଗୌରବ ଦେଖାଯାଇଛି। ଲୋକମାନେ ଟ୍ରେଲରକୁ ପସନ୍ଦ କରୁଛନ୍ତି। ଏହି ଚଳଚ୍ଚିତ୍ରରେ ରାବଣ ଭୂମିକାରେ ସୈଫ ଅଲି ଖାନ ମଧ୍ୟ ନଜର ଆସିବେ। ସୈଫ ଅଲି ଖାନଙ୍କ ଚରିତ୍ରକୁ ନେଇ ପୂର୍ବରୁ ବିବାଦ ଲାଗି ରହିଛି। ତଥାପି, ବର୍ତ୍ତମାନ ଲୋକମାନେ ଟ୍ରେଲକୁ ବହୁତ ପସନ୍ଦ କରୁଛନ୍ତି। ଲୋକମାନେ ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଟ୍ରେଲରରେ ସୀତା ଭୂମିକାରେ କ୍ରିତି ସାନନ୍ ମଧ୍ୟ ଲୋକଙ୍କ ହୃଦୟ ଜିତିଥିବାର ନଜର ଆସିଛନ୍ତି। ସୈଫ ଅଲି ଖାନଙ୍କ ଚରିତ୍ର ରାବଣ ମଧ୍ୟ ଅତ୍ୟନ୍ତ ପ୍ରଭାବଶାଳୀ। ନିକଟରେ ଅଯୋଧ୍ୟାରେ ଫିଲ୍ମର ଟିଜର ମୁକ୍ତିଲାଭ କରିଥିଲା। ଫିଲ୍ମର ଟିଜର ଅବସରରେ ପ୍ରଭାସ ମଧ୍ୟ ଫିଲ୍ମରେ ରାମଙ୍କ ଚରିତ୍ର ବିଷୟରେ କହିଥିଲେ। ଯେଉଁଥିରେ ସେ କହିଥିଲେ ଯେ ଏହା ତାଙ୍କ ପାଇଁ ଏପର୍ଯ୍ୟନ୍ତ ସର୍ବୋତ୍ତମ ଅନୁଭୂତି ଅଟେ।

Leave A Reply

Your email address will not be published.