Odisha Link
Bridging the Missing Links in Odisha

ଗିରଫ ହେଲେ ପାକିସ୍ଥାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ

ଇମ୍ରାନଙ୍କୁ ଗିରଫ କଲା ପାକିସ୍ତାନ ରେଜର୍ସ।

ଓଏଲ୍‌ ବ୍ୟୁରୋ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି। ଗିରଫ ହେଲେ ପାକିସ୍ଥାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଇମ୍ରାନଙ୍କୁ ଗିରଫ କଲା ପାକିସ୍ତାନ ରେଜର୍ସ। ପାକିସ୍ତାନ ତହରିକ-ଏ-ଇନସାଫ (ପିଟିଆଇ)ର ଅଧ୍ୟକ୍ଷ ଇମ୍ରାନ ଖାନକୁ ଇସଲାମାବାଦ ହାଇକୋର୍ଟ ବାହାରେ ଗିରଫ କରାଯାଇଛି। ଏହି କାର୍ଯ୍ୟାନୁଷ୍ଠାନ ପାକିସ୍ତାନ ରେଞ୍ଜର୍ସ ତରଫରୁ ନିଆଯାଇଛି।

ଇମ୍ରାନଙ୍କୁ ଏଭଳି ସମୟରେ ଗିରଫ କରାଯାଇଛି, ଯେତେବେଳେ ସେ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଓ ଆଇଏସଆଇର ଅଧିକାରୀ ମେଜର ଜେନରାଲ ଫ୍ରେସଲ ନସୀରଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ଇମ୍ରାନ ଅଭିଯୋଗ ଆଣିଥିଲେ କି ମେଜର ଜେନରାଲ ଫୈସଲ ନସୀର ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଇମ୍ରାନଙ୍କ ଏଭଳି ବୟାନକୁ ନେଇ ପାକିସ୍ତାନ ସେନା ପକ୍ଷରୁ କଟାକ୍ଷ କରାଯାଇଥିଲା। ପିଟିଆଇ ଦଳର ମୁଖ୍ୟ ଅଛନ୍ତି ଇମ୍ରାନ ଖାନ।

Leave A Reply

Your email address will not be published.