Odisha Link
Bridging the Missing Links in Odisha

ଆସନ୍ତାକାଲି ୪ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ, ଜାଣନ୍ତୁ ଏହାର କାରଣ…

ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଅପରାହ୍ନରେ ସର୍ବସାଧାରଙ୍କ ପାଇଁ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ଜାରି କରାଯାଇଛି।

ଓଏଲ୍‌ ବ୍ୟୁରୋ: ବୁଧବାର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବନକଲାଗି ନୀତି। ଆସନ୍ତାକାଲି ପାଖାପାଖି ୪ଘଣ୍ଟା ଶ୍ରୀବିଗ୍ରହଙ୍କ ଦର୍ଶନ ବନ୍ଦ ରହିବ। ଏହି ସମୟରେ ସାଧାରଣ ଦର୍ଶନ ନିଷେଧ କରାଯାଇଛି। ଚତୁର୍ଦ୍ଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହୁଏ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଅପରାହ୍ନରେ ସର୍ବସାଧାରଙ୍କ ପାଇଁ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ଜାରି କରାଯାଇଛି।

ପୂର୍ବରୁ, ମାଘ-କୃଷ୍ଣ ଚତୁର୍ଥୀ ତିଥିରେ ଶ୍ରୀଜିଉଙ୍କ ବନକଲାଗି ନୀତି ସମୟରେ ସାଧାରଣ ଦର୍ଶନ ବନ୍ଦ କରାଯାଇଥିଲା। ଏହି ନୀତିରେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ଶୃଙ୍ଗାର ହୋଇଥାଏ। ସୂଚନା ଓ ସ୍ଥିରୀକୃତ ହୋଇଥିବା ନୀତିକ୍ରାନ୍ତି ଅନୁଯାୟୀ ଏହି ଦିନରେ ସର୍ବସାଧାରଣ ଦର୍ଶନ ବନ୍ଦ କରାଯାଇଥିଲା। ମହାପ୍ରଭୁଙ୍କ ନୀତି ନିୟମ ଅନୁସାରେ ଏହି ନିୟମ ପାଳନ କରାଯାଏ।

Leave A Reply

Your email address will not be published.