Odisha Link
Bridging the Missing Links in Odisha

ଆସନ୍ତାକାଲି ସାବିତ୍ରୀ ଓଷା, ଜାଣନ୍ତୁ କାହିଁକି ନାରୀ ମାନେ ପାଳନ୍ତି ଏହି ବ୍ରତ…

ନିଜର ଭକ୍ତି ବଳରେ ସେ ଯମଦେବଙ୍କ ଠାରୁ ସତ୍ୟବାନଙ୍କୁ ଛଡାଇ ଆଣିଥିଲେ।

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ପବିତ୍ର ସାବିତ୍ରୀ ବ୍ରତ। ନାରୀ ମାନଙ୍କ ପାଇଁ ଏହି ବ୍ରତ ଏକ ଶ୍ରେଷ୍ଠ ଓ ପ୍ରିୟ ବ୍ରତ। ପ୍ରତି ବର୍ଷ ଜ୍ୟେଷ୍ଠ ମାସ ଅମାବାସ୍ୟାରେ ସାବିତ୍ରୀ ବ୍ରତ ପାଳନ କରାଯାଏ। ପୁରାଣ ଅନୁସାରେ ଏହି ଦିନରେ ପ୍ରତ୍ୟେକ ସଧବାନାରୀ ସାବିତ୍ରୀ, ଯମଦେବ ଓ ସତ୍ୟବାନକୁ ପୂଜା କରିଥାନ୍ତି। କିମ୍ବଦନ୍ତୀ ଅନୁସାରେ ସାବିତ୍ରୀଙ୍କ ନିଷ୍ଠାପର ପ୍ରାର୍ଥନା ଆଗରେ ମୃତ୍ୟୁ ଦେବତା ନତମସ୍ତକ ହୋଇ ସତ୍ୟବାନଙ୍କୁ ନୂଆ ଜୀବନ ଦେଇଥିଲେ। ନିଜର ଭକ୍ତି ବଳରେ ସେ ଯମଦେବଙ୍କ ଠାରୁ ସତ୍ୟବାନଙ୍କୁ ଛଡାଇ ଆଣିଥିଲେ।

କାହିଁକି ଏହି ବ୍ରତ ନାରୀ ମାନେ ପାଳନ କରନ୍ତି ?

ଏହି ବ୍ରତ ପାଳନ କରିଲେ ନାରୀ ମାନେ ବୈର୍ଦ୍ଧବ ଯନ୍ତ୍ରଣା ଭୋଗନ୍ତି ନାହିଁ ବୋଲି କଥିତ ଅଛି। ପୁରାଣ ମାନଙ୍କରେ ସାବିତ୍ରୀ ବ୍ରତ ୩ ଦିନ ପାଳନ କରିବାର ବିଦ୍ଧି ରହିଥିଲେ ମଧ୍ୟ ଓଡ଼ିଶା ସମେତ ଅନ୍ୟାନ୍ୟ ରାଜ୍ୟରେ କେବଳ ଅମାବାସ୍ୟା ଦିନ ପାଳିତ ହୋଇଥାଏ। ସାବିତ୍ରୀ ବ୍ରତ ନାରୀ ମାନଙ୍କର ଏକାନ୍ତ କର୍ତ୍ତବ୍ୟ। ବିବାହ ପରେ ହିନ୍ଦୁ ନାରୀ ସାବିତ୍ରୀ ବ୍ରତ କରିଥାଏ। ନୂଆ ଶାଢୀ, ଶଙ୍ଖା, ସିନ୍ଦୁର, ଫୁଲ, ଫଳ ଧରି ଦେବାଳୟ ଯାଇ ବ୍ରତ କରିଥାନ୍ତି ପ୍ରତ୍ୟେକ ସଧବା ନାରୀ।

ସାବିତ୍ରୀ ପଛର ରହସ୍ୟ :-

କଥିତ ଅଛି ଋାଜା ଅଶ୍ୱପତୀଙ୍କର ସୁକନ୍ୟା ତଥା ରାଜା ଦ୍ୱିମୋତ ସେନଙ୍କର ପୁତ୍ର ସତ୍ୟବାନଙ୍କର ପତ୍ନୀ ସାବିତ୍ରୀଙ୍କର ଏକାଗ୍ରତା, ପବିତ୍ରତା, ଧର୍ମ ଆଗରେ ସ୍ୱୟଂ ଯମରାଜା ପରାସ୍ତ ହୋଇଥିଲେ। ସାବିତ୍ରୀ ତାଙ୍କ ସ୍ୱାମୀଙ୍କୁ ମୃତ୍ୟୁମୁଖରୁ ଫେରାଇ ଆଣିଥିଲେ। ତେଣୁ ଏହି ଦିନକୁ ସତ୍ୟବାନଙ୍କର ପତ୍ନୀ ସାବିତ୍ରୀଙ୍କର ନାମରେ ନାମିତ କରାଯିବା ସହ ବ୍ରତ ପାଳନ କରାଯାଇଥାଏ।

Leave A Reply

Your email address will not be published.