Odisha Link
Bridging the Missing Links in Odisha

ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଆଶ୍ବସ୍ତି, ଅନ୍ତରୀଣ ଜାମିନ୍ ପ୍ରଦାନ କଲେ କୋର୍ଟ

ହିଂସା ମାମଲାରେ ଇମ୍ରାନଙ୍କୁ ଜୁନ୍ ୨ ତାରିଖ ଯାଏଁ ଜାମିନ ପ୍ରଦାନ କରାଯାଇଛି।

ଓଏଲ୍‌ ବ୍ୟୁରୋ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଥିଲା। ଗିରଫ ହୋଇଥିଲେ ପାକିସ୍ତାନୀର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜାମିନ ମିଳିଥିବା ଜଣା ପଡିଛି। ହିଂସା ମାମଲାରେ ଇମ୍ରାନଙ୍କୁ ଜୁନ୍ ୨ ତାରିଖ ଯାଏଁ ଜାମିନ ପ୍ରଦାନ କରାଯାଇଛି। ଅନ୍ତରୀଣ ଜାମିନ୍ ପ୍ରଦାନ କଲେ ଆତଙ୍କୀ ନିରୋଧୀ କୋର୍ଟ।

ଖବର ଅନୁସାରେ, ଇମ୍ରାନଙ୍କୁ ଗିରଫ କରିଥିଲା ପାକିସ୍ତାନ ରେଜର୍ସ। ପାକିସ୍ତାନ ତହରିକ-ଏ-ଇନସାଫ (ପିଟିଆଇ)ର ଅଧ୍ୟକ୍ଷ ଇମ୍ରାନ ଖାନକୁ ଇସଲାମାବାଦ ହାଇକୋର୍ଟ ବାହାରେ ଗିରଫ କରାଯାଇଥିଲା। ଏହି କାର୍ଯ୍ୟାନୁଷ୍ଠାନ ପାକିସ୍ତାନ ରେଞ୍ଜର୍ସ ତରଫରୁ ନିଆଯାଇଥିଲା। ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଗିରଫ ଘଟଣାରେ ହସ୍ତକ୍ଷେପ କରିଥିଲେ ପାକିସ୍ତାନ ସୁପ୍ରିମକୋର୍ଟ। ୧ ଘଣ୍ଟା ମଧ୍ୟରେ ଇମ୍ରାନଙ୍କୁ ହାଜର ପାଇଁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। କୋର୍ଟ ଭିତରୁ ଉଠାଇ ନେବାକୁ ନାପସନ୍ଦ କରିଥିଲେ ସୁପ୍ରିମକୋର୍ଟ। ଇସଲାମାବାଦ ଆଇଜି ଓ ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ସମନ ଜାରି କରାଯ଼ାଇଥିଲା।

Leave A Reply

Your email address will not be published.