Odisha Link
Bridging the Missing Links in Odisha

ପାକିସ୍ତାନୀ ଏଜେଣ୍ଟକୁ ଓଟିପି ସେୟାର ଘଟଣା: ଅଭିଯୁକ୍ତ ବିରୁଦ୍ଧରେ ଲାଗିବ ଦେଶଦ୍ରୋହ ଦଫା

୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା ଏସଟିଏଫ।

ଓଏଲ୍‌ ବ୍ୟୁରୋ: ପାକିସ୍ତାନୀ ଏଜେଣ୍ଟକୁ ଓଟିପି ସେୟାର କରି ୩ ଓଡ଼ିଆ ଗିରଫ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା। ଓଡ଼ିଶା ସିମକାର୍ଡ ପାକିସ୍ତାନରେ ଅପରେଟ ଘଟଣାରେ ସମ୍ପୃକ୍ତ ମାଷ୍ଟରମାଇଣ୍ଡ ବିରୁଦ୍ଧରେ ଲାଗିବ ଦେଶଦ୍ରୋହ ଅପରାଧ ଦଫା। ଆସନ୍ତାକାଲିଠୁ ରିମାଣ୍ଡରେ ଆସିବ ଅଭିଯୁକ୍ତ। ୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା ଏସଟିଏଫ।

ଖବର ଅନୁସାରେ, ଓଡ଼ିଶାରୁ ପାକିସ୍ତାନ ଲିଙ୍କ ମାମଲାରେ ଯାଞ୍ଚ ହେବ ତିନି ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ। ଅଭିଯୁକ୍ତଙ୍କ ନାଁରେ ୫୦ରୁ ଅଧିକ ଆକାଉଣ୍ଟ ରହିଥିବା ସୂଚନା ମିଳିବା ପରେ ଏହି ପଦକ୍ଷେପ ନେବାକୁ ସ୍ଥିର କରିଥିଲା ତଦନ୍ତକାରି ସଂସ୍ଥା। ପାକିସ୍ତାନୀ ଏଜେଣ୍ଟକୁ ଓଟିପି ସେୟାର ଘଟଣାକୁ ନେଇ ତଦନ୍ତ ଜାରି ରହିଥିବାବେଳେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିଥିଲା ଏସଟିଏଫ।

Leave A Reply

Your email address will not be published.