Odisha Link
Bridging the Missing Links in Odisha

୨୦୦୦ ଟଙ୍କିଆ ନୋଟ ଫେରାଇ ନେବ ଆରବିଆଇ

ଓଏଲ୍‌ ବ୍ୟୁରୋ: ଭାରତୀୟ ରିଜର୍ଭ ବ୍ୟାଙ୍କର ସବୁଠାରୁ ବଡ଼ କରେନ୍ସି ୨୦୦୦ ଟଙ୍କିଆ ନୋଟ ଉପରେ ବଡ଼ ନିଷ୍ପତ୍ତି ନେଇଛି। ରିଜର୍ଭ ବ୍ୟାଙ୍କ ଜାରି କରିଥିବା ବିଜ୍ଞପ୍ତି ଅନୁସାରେ, ନେଣଦେଣରୁ ବିଦାୟ ନେବ ୨ ହଜାର ଟଙ୍କିଆ ନୋଟ୍। ବିଦାୟ ନେଲେ ବି ଏବେ ଅଚଳ ହେବନି ୨ ହଜାର ଟଙ୍କିଆ ନୋଟ୍।

ଆପଣଙ୍କ ପାଖେ ଯଦି ୨ହଜାର ଟଙ୍କିଆ ନୋଟ୍‌ ଅଛି ତେବେ ଆପଣ ମେ’ ୨୩ରୁ ବ୍ୟାଙ୍କମାନଙ୍କରେ ବଦଳାଇ ପାରିବେ। ସେପ୍ଟେମ୍ବର ୩୦ ମଧ୍ୟରେ ବ୍ୟାଙ୍କରେ ବଦଳାଇ ପାରିବେ ୨୦୦୦ ଟଙ୍କିଆ ନୋଟ୍‌। ଏପରିକି ବ୍ୟାଙ୍କମାନଙ୍କୁ ଗ୍ରାହକଙ୍କୁ ୨ ହଜାର ଟଙ୍କିଆ ନଦେବାକୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ ଦେଇଛି।

ସୂଚନା ଥାଉକି, ୨୦୧୬ ନୋଟ୍‌ବନ୍ଦୀ ପରେ ରିଜର୍ଭ ବ୍ୟାଙ୍କ ୨ ହଜାର ଟଙ୍କିଆ ନୂଆ ନୋଟ୍ ଜାରି କରିଥିଲା। ଦେଶରେ ୨୦୧୭-୧୮ ଆର୍ଥିକ ବର୍ଷରେ ୨ ହଜାର ଟଙ୍କିଆ ଅଧିକ ନୋଟ୍ ବଜାରକୁ ଛଡ଼ା ଯାଇଥିଲା। ଏହି ବର୍ଷ ୩୩ ହଜାର ୬୩୦ ଲକ୍ଷ ୨ ହଜାର ଟଙ୍କିଆ ନୋଟ୍ ବଜାରକୁ ଆସିଥିଲା। ଯାହାର ମୋଟ ମୂଲ୍ୟ ୬.୭୨ ଲକ୍ଷ କୋଟି ଟଙ୍କା ଥିଲା। ତେବେ ୨୦୧୮-୧୯ରୁ ୨ ହଜାର ଟଙ୍କିଆ ଛାପା ବନ୍ଦ କରାଯାଇଥିଲା।

Leave A Reply

Your email address will not be published.