Odisha Link
Bridging the Missing Links in Odisha

ଲଜ୍‌ରୁ ମିଳିଲା ଜଣେ ଯୁବକଙ୍କ ମୃତଦେହ, ସୁଇସାଇଡ୍‌ ନୋଟ୍‌ ଜବତ

ଲିଭ୍‌ ଇନ୍‌ରେ ରହୁଥିବା ଯୁବତୀଙ୍କୁ ତାଙ୍କ ବାପା ଜୋର୍‌ କରି ନେଇଥିବା ମଧ୍ୟ ଉକ୍ତ ନୋଟ୍‌ରେ ଉଲ୍ଲେଖ ରହିଛି।

ଓଏଲ୍‌ ବ୍ୟୁରୋ: ଭୁବନେଶ୍ବର ସହିଦନଗର ଥାନା ଅନ୍ତର୍ଗତ ସ୍ଥାନୀୟ ଏକ ଲଜ୍‌ରେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ଲଜ୍‌ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଛତିଶଗଡ଼ର ସତ୍‌ପ୍ରୀତ ସିଂ। ପୁଲିସ ଯୁବକଙ୍କ ମୃତଦେହ ସହ ଏକ ବିଷ ବୋତଲ ଓ ସୁଇସାଇଡ୍‌ ନୋଟ୍‌ ଜବତ କରିଛି। ମିଳିଥିବା ସୁଇସାଇଡ୍‌ ନୋଟ୍‌ରେ ସେ ଜଣେ ଯୁବତୀଙ୍କୁ ଭଲ ପାଉଥିବା ଉଲ୍ଲେଖ କରିଛନ୍ତି। ଲିଭ୍‌ ଇନ୍‌ରେ ରହୁଥିବା ଯୁବତୀଙ୍କୁ ତାଙ୍କ ବାପା ଜୋର୍‌ କରି ନେଇଥିବା ମଧ୍ୟ ଉକ୍ତ ନୋଟ୍‌ରେ ଉଲ୍ଲେଖ ରହିଛି।

ପୁଲିସ ହାତରେ ଲାଗିଥିବା ଏହି ସୁଇସାଇଡ୍‌ ନୋଟ୍‌କୁ ନେଇ ସନ୍ଦେହ ଆହୁରି ବଢିଯାଇଛି। ସତ୍‌ପ୍ରୀତ ସିଂ ସହ ଲିଭ୍‌ ଇନ୍‌ରେ ରହୁଥିବା ଯୁବତୀଙ୍କୁ ତାଙ୍କ ବାପା ଜୋର୍‌ କରି ନେଇଥିବା କାରଣରୁ ସେ ବିଷ ପିଇ ଆତ୍ମହତ୍ୟା କରୁଥିବା ସନ୍ଦେହ କରାଯାଉଛି। ତେବେ ସତ୍‌ପ୍ରୀତଙ୍କ ମୋବାଇଲ୍‌ ଫୋନ୍‌ ମିଳୁନଥିବାରୁ ଘଟଣାଟି ରହସ୍ୟମୟ ହୋଇପଡ଼ିଛି।

Leave A Reply

Your email address will not be published.