Odisha Link
Bridging the Missing Links in Odisha

ଆଜି ମୁକ୍ତିଲାଭ କରୁଛି ଛେନାପୋଡ଼ ସଂଗୀତ

ଜଣାଶୁଣା ଲେଖକ ଶୁଭ୍ରାଂଶୁ ପଣ୍ଡା ଏଭଳି ଏକ ସଂଗୀତର ପରିକଳ୍ପନା କରିବା ସାଙ୍ଗକୁ ଏହି ଗୀତଟିକୁ ରଚନା ମଧ୍ୟ କରିଛନ୍ତି।

ଭୁବନେଶ୍ବର: ଆଜି ମୁକ୍ତିଲାଭ କରିବାକୁ ଯାଉଛି ବହୁ ପ୍ରତୀକ୍ଷିତ ଛେନାପୋଡ଼ ସଂଗୀତ। ଚଳିତବର୍ଷ ଛେନାପୋଡ଼ ଦିବସ (ଏପ୍ରିଲ ୧୧) ଅବସରରେ ଏହି ସଂଗୀତର ଶ୍ରୋତାର୍ପଣ ହୋଇଥିବା ବେଳେ ଆଜିଠାରୁ ଏହା ୟୁଟ୍ୟୁବ୍‌ ଓ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମରେ ଉପଲବ୍ଧ ହେବ।

ଜଣାଶୁଣା ଲେଖକ ଶୁଭ୍ରାଂଶୁ ପଣ୍ଡା ଏଭଳି ଏକ ସଂଗୀତର ପରିକଳ୍ପନା କରିବା ସାଙ୍ଗକୁ ଏହି ଗୀତଟିକୁ ରଚନା ମଧ୍ୟ କରିଛନ୍ତି। ଏଥିରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରସିଦ୍ଧ ସଂଗୀତଜ୍ଞ ଅଭିଜିତ ମିଶ୍ର। ଏହି ସଂଗୀତ ୩ଟି ଭିନ୍ନ ରୂପରେ ଶ୍ରୋତାଙ୍କ ପାଇଁ ଉପଲବ୍ଧ ହେବ। ଆଜି କେବଳ ପୁରୁଷ କଣ୍ଠରେ ପ୍ରସ୍ତୁତ ଛେନାପୋଡ଼ ସଂଗୀତ ମୁକ୍ତିଲାଭ କରୁଛି। ଏଥିରେ କଣ୍ଠଦାନ କରିଛନ୍ତି ନିଜେ ସଂଗୀତ ନିର୍ଦ୍ଦେଶକ ଅଭିଜିତ ମିଶ୍ର। ପରେ ମୁକ୍ତିଲାଭ କରିବାକୁ ଥିବା ଏହାର ଆଉ ଏକ ଏକକ ଗାୟନରେ ପ୍ରସିଦ୍ଧ ଗାୟିକା ଦିପ୍ତୀରେଖା ପାଢ଼ୀ କଣ୍ଠଦାନ କରିଛନ୍ତି। ସେହିପରି ଉଭୟ କଣ୍ଠଶିଳ୍ପୀଙ୍କ ମିଳିତ ଗାୟନରେ ମଧ୍ୟ ଏହାର ଆଉ ଏକ ରୂପ ଖୁବଶୀଘ୍ର ଶ୍ରୋତଙ୍କ ପାଇଁ ଉପଲବ୍ଧ ହେବ।

ଓଡ଼ିଆ ମିଡିଆ ପ୍ରାଇଭେଟ ଲିମିଟେଡ ଦ୍ବାରା ପ୍ରସ୍ତୁତ ଏ ସଂଗୀତଟି ଅନୁଷ୍ଠାନର ମନୋରଞ୍ଜନ ବିଭାଗ ଓଡ଼ିଆ ମ୍ୟୁଜିକ୍‌ ନାମରେ ବଜାରକୁ ଆସୁଛି। ଏହି ଗୀତରେ ଛେନାପୋଡ଼ର ମହିମାମଣ୍ଡନ ଓ ଛେନାପୋଡ଼ ଦିବସ ପାଳନ ଲାଗି ଆହ୍ବାନ ସାଙ୍ଗକୁ ନୟାଗଡ଼ ଜିଲ୍ଲାର କଳା, ସଂସ୍କୃତ, ପରମ୍ପରା ଓ ଐତିହ୍ୟ ବାବଦରେ ବର୍ଣ୍ଣନା ରହିଛି।

ଗୀତଟି ମେ’ ୨୧ ରବିବାର ସନ୍ଧ୍ୟା ଠିକ ୭ଟା ସମୟରେ ଓଡ଼ିଆ ମ୍ୟୁଜିକ୍‌ ୟୁଟ୍ୟୁବ୍‌ ଚ୍ୟାନଲରେ ତଳ ଲିଙ୍କରେ ଉପଲବ୍ଧ ହେବ।
YOUTUBE: youtube.com/@OdiaMusik
TWITTER: twitter.com/OdiaMusik
FACEBOOK: facebook.com/OdiaMusik 
INSTAGRAM: instagram.com/OdiaMusik/

Leave A Reply

Your email address will not be published.