Odisha Link
Bridging the Missing Links in Odisha

ଆଜିଠୁ ବଦଳ କରିପାରିବେ ୨ହଜାର ଟଙ୍କିଆ ନୋଟ, ଛାନିଆ ନହେବାକୁ ପରାମର୍ଶ

ଓଏଲ୍‌ ବ୍ୟୁରୋ: ଆପଣ ୨ହଜାର ଟଙ୍କଆ ନୋଟ୍‌ ରଖିଛନ୍ତି କି? ଯଦି ହଁ ତେବେ ବ୍ୟାଙ୍କରେ ଯାଇ କରିନିଅନ୍ତୁ ବଦଳ। କାରଣ ଆଜିଠୁ ଆରମ୍ଭ ହେଉଛି ୨ ହଜାର ଟଙ୍କିଆ ନୋଟର ବଦଳ ପ୍ରକ୍ରିୟା। ଆଜିଠାରୁ ବ୍ୟାଙ୍କରେ ଲୋକେ ଜମା କରିପାରିବେ ନିଜ ପାଖରେ ଥିବା ୨୦୦୦ ଟଙ୍କିଆ ନୋଟ୍। ଲୋକେ ଚାହିଁଲେ ବ୍ୟାଙ୍କରେ ଦୁଇ ହଜାର ଟଙ୍କିଆ ନୋଟ୍ ବଦଳାଇ ମଧ୍ୟ ପାରିବେ। ୨ ହଜାର ଟଙ୍କିଆ ବଦଳରେ ୫୦୦ ଟଙ୍କିଆ, ୨୦୦ ଟଙ୍କିଆ ଭଳି ଅନ୍ୟ ନୋଟ୍ ଆଣି ପାରିବେ। ନଚେତ ନିଜ ଖାତାରେ ଲିକ୍ୱିଡ୍ ଆକାରରେ ରଖି ପାରିବେ।

କେଉଁଠି କରିବେ ଅଦଳବଦଳ:

ଦେଶରେ ଥିବା ଆରବିଆଇର ୧୯ଟି ଆଞ୍ଚଳିକ କାର୍ଯ୍ୟାଳୟ ସମେତ ସମସ୍ତ ରାଷ୍ଟ୍ରାୟତ ଏବଂ ଘରୋଇ ବ୍ୟାଙ୍କ ଗୁଡିକରେ ଲୋକେ ଏହି ବଡ ଅଙ୍କର ନୋଟ୍ ଅଦଳବଦଳ କରିପାରିବେ । ବ୍ୟାଙ୍କର ସମସ୍ତ କାଉଉଣ୍ଟରରେ ଲୋକମାନଙ୍କୁ ୨ ହଜାର ଟଙ୍କିଆ ନୋଟ ବଦଳ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ପୂର୍ବରୁ ଯେମିତି ବ୍ୟାଙ୍କଗୁଡ଼ିକ ସେବା ଯୋଗାଉଥିଲେ, ଏବେ ବି ସେମିତି ହିଁ କରିବେ।

ଛାନିଆ ନହେବାକୁ ପରାମର୍ଶ ଦେଲେ ଆରବିଆଇ ଗଭର୍ଣ୍ଣର:

ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ଗୋଲାପି ନୋଟ ପ୍ରଚଳନକୁ ପ୍ରତ୍ୟାହର କରିବା ନେଇ ଘୋଷଣା କରିଥିବା ବେଳେ ଆଜିଠାରୁ ନୋଟ୍ ଏକ୍ସଚେଞ୍ଜ୍ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ଏହି ପ୍ରକ୍ରିୟା ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ହାତରେ ପ୍ରାୟ ୪ ମାସ ସମୟ ଥିବାରୁ ଅଯଥାରେ ଲୋକେ ଛାନିଆ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ।

କେମିତି ବଦଳାଇବେ ୨୦୦୦ ଟଙ୍କିଆ ନୋଟ : 

ଷ୍ଟେପ ୧-ଲୋକମାନେ ନିଜ ନିକଟସ୍ଥ ବ୍ୟାଙ୍କକୁ ଯାଇ ନିଜ ଆକାଉଣ୍ଟ ବିବରଣୀ ପ୍ରଦାନ କରିବେ। ଆରବିଆଇ ନିୟମ ଅନୁସାରେ ବ୍ୟାଙ୍କରେ ଆକାଉଣ୍ଟ ନଥିବା ଲୋକମାନେ ମଧ୍ୟ ୨୦୦୦ ଟଙ୍କିଆ ନୋଟ ବଦଳାଇ ପାରିବେ ବା ଡିପୋଜିଟ କରିପାରିବେ।

ଷ୍ଟେପ ୨- ବ୍ୟାଙ୍କ ତରଫରୁ ଆପଣଙ୍କୁ ଏକ ଅନୁରୋଧମୂଳକ ସ୍ଲିପ ପ୍ରଦାନ କରାଯିବ, ଯେଉଁଥିରେ ଗ୍ରାହକ ନିଜର ସୂଚନା ଦାଖଲ କରିବେ। ଲୋକମାନେ ନିଜ ନାମ, ଠିକଣା, ଟଙ୍କା ସଂଖ୍ୟା, ଭଳି ଅନ୍ୟ ତଥ୍ୟ ପ୍ରଦାନ କରିବେ। ସେମାନଙ୍କୁ ସ୍ଥାନ ଓ କେବେ ବିନିମୟ କରିବେ, ସମୟ ଓ ତାରିଖ ମଧ୍ୟ ଦେବାକୁ ପଡ଼ିବ।

ଷ୍ଟେପ ୩-ସେମାନେ ଫର୍ମ ପୂରଣ ପରେ ଦସ୍ତଖତ କରି ବ୍ୟାଙ୍କକୁ ଫର୍ମ ଓ ୨୦୦୦ଟଙ୍କିଆ ନୋଟ ଦେବେ ।

ସୂଚନାଥାଉକି, ମେ’ ୧୯ ତାରିଖରେ ଭାରତୀୟ ରିଜର୍ଭ ବ୍ୟାଙ୍କର ସବୁଠାରୁ ବଡ଼ କରେନ୍ସି ୨୦୦୦ ଟଙ୍କିଆ ନୋଟ ଉପରେ ବଡ଼ ନିଷ୍ପତ୍ତି ନେଇଥିଲା। ରିଜର୍ଭ ବ୍ୟାଙ୍କ ଜାରି କରିଥିବା ବିଜ୍ଞପ୍ତି ଅନୁସାରେ, ନେଣଦେଣରୁ ବିଦାୟ ନେବ ୨ ହଜାର ଟଙ୍କିଆ ନୋଟ୍। ବିଦାୟ ନେଲେ ବି ଏବେ ଅଚଳ ହେବନି ୨ ହଜାର ଟଙ୍କିଆ ନୋଟ୍।

Leave A Reply

Your email address will not be published.