Odisha Link
Bridging the Missing Links in Odisha

ଆଜି ମୁମ୍ବାଇ-ଗୁଜରାଟ ମୁହାଁମୁହିଁ, ଧୋନି ବାହିନୀ ବିପକ୍ଷରେ କିଏ ଖେଳିବ ଫାଇନାଲ ମ୍ୟାଚ!

ଆଇପିଏଲ-୨୦୨୩ର ଫାଇନାଲ ରାଉଣ୍ଡରେ ଧୋନି ବାହିନୀ ପହଞ୍ଚିସାରିଛି।

ଓଏଲ୍‌ ବ୍ୟୁରୋ: ଆଉ କିଛି ସମୟ ପରେ ଆରମ୍ଭ ହେବାକୁ ଯାଉଛି ଆଇପିଏଲ-୨୦୨୩ର ଶେଷ କ୍ବାଲିଫାୟର ମ୍ୟାଚ। ଯାହାକୁ ନେଇ କ୍ରିକେଟ ପ୍ରେମୀଙ୍କ ମନରେ ଉତ୍ସାହ ବଢ଼ିବାରେ ଲାଗିଛି। ଆଇପିଏଲ-୨୦୨୩ର ଫାଇନାଲ ରାଉଣ୍ଡରେ ଧୋନି ବାହିନୀ ପହଞ୍ଚିସାରିଛି। ଧୋନି ବାହିନୀ ବିପକ୍ଷରେ କିଏ ଖେଳିବ ଏନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବାବେଳେ ମୁମ୍ବାଇ-ଗୁଜରାଟ ସେ ସ୍ଥାନ ଅକ୍ତିଆର କରିବା ପାଇଁ ପ୍ରାଣପଣେ ଚେଷ୍ଟା କରିବେ।

ସୂଚନା ଅନୁସାରେ, ଆକାଶ ମାଧୱାଲଙ୍କ ଜବରଦସ୍ତ ବୋଲିଂ ପ୍ରଦର୍ଶନ ବଳରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌କୁ ବଡ଼ ବ୍ୟବଧାନରେ ହରାଇ ୫ ଥରର ଆଇପିଏଲ୍‌ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଷଷ୍ଠ ଥର ଟ୍ରଫି ହାସଲ କରିବାକୁ ସଯୋଗ ମିଳିଛି। ଏବେ ରୋହିତ ବାହିନୀ କ୍ବାଲିଫାୟର-୨ରେ ଗତଥରର ବିଜେତା ଗୁଜରାଟ ଟାଇଟନ୍ସ ବିପକ୍ଷରେ ଖେଳିବାକୁ ଯାଉଛି। ଏହି ମ୍ୟାଚ୍‌ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ରାତି ସାଢେ ୭ଟାରେ ଖେଳାଯିବ।

ପ୍ରଥମ କ୍ବାଲିଫାୟରରେ ଚେନ୍ନାଇ ସୁପର କିଙ୍ଗ୍‌ସଠୁ ହାରିଯାଇଥିବା ଗୁଜରାଟ ପୁଣି ଥରେ ବିଜୟ ହାସଲ କରି ଲଗାତାର ଦ୍ବିତୀୟ ଥର ଫାଇନାଲ୍‌ରେ ପହଞ୍ଚିବାକୁ ଚେଷ୍ଟା କରିବ। ଗତ ସଂସ୍କରଣରେ ତଳେ ରହିଯାଇଥିବା ମୁମ୍ବାଇ ଏଥର ଉତ୍‌ଥାନ ପତନ ଦେଇ ପ୍ଲେ ଅଫ୍‌ରେ ପହଞ୍ଚିଥିଲା। କାମେରନ୍‌ ଗ୍ରିନ୍‌, ସୂର୍ଯ୍ୟକୁମାର ଯାଦବ, ଟମ୍‌ ଡେଭିଡ୍‌ଙ୍କ ଭଳି ବ୍ୟାଟର ସବୁ ପ୍ରକାରର ଆହ୍ବାନକୁ ସାମ୍ନା କରିବାରେ ସିଦ୍ଧହସ୍ତ। ତଥାପି ଏମାନଙ୍କୁ ଗୁଜରାଟ ବୋଲିଂ ଆକ୍ରମଣକୁ ସାମ୍ନା କରିବା ସେତେଟା ସହଜ ହୋଇନପାରେ। ତେବେ ଏହି ଦମଦାର ମ୍ୟାଚରେ କିଏ ବାଜିମାରି ଫାଇନାଲରେ ଚେନ୍ନାଇ ସୁପର କିଙ୍ଗ ବିପକ୍ଷରେ ଖେଳିବ ତାହା ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.