Odisha Link
Bridging the Missing Links in Odisha

ବଡ଼ ମୁକାବିଲା ପୂର୍ବରୁ ଭାଙ୍ଗିଲା ଶୁଭମନଙ୍କ ମନ !

ଓଏଲ୍‌ ବ୍ୟୁରୋ: ଶେଷ ପର୍ଯ୍ୟାୟରେ ଫଟାଫଟ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)। ଆଜି ଏହି ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ କ୍ବାଲିଫାୟର ମୁକାବିଲା ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜରାଟ ମଧ୍ୟରେ ଖେଳାଯିବ। ଯେଉଁ ଟିମ୍‌ ଆଜିର ମ୍ୟାଚ୍‌ ଜିତିବ ସେହି ଟିମ୍‌ ଫାଇନାଲ ମୁକାବିଲାରେ ଚେନ୍ନାଇ ସୁପରକିଙ୍ଗସ୍‌କୁ ଭେଟିବ। ଉଭୟ ମୁମ୍ବାଇ ଓ ଗୁଜରାଟ ପାଇଁ ଆଜିର ମୁକାବିଲା ବହୁତ ଗୁରୁତ୍ବପୂର୍ଣ୍ଣ।

ଗୁଜରାଟର ଷ୍ଟାର ଖେଳାଳି ଶୁଭମନ ଗିଲ୍‌ ଦମଦାର ଫର୍ମରେ ଥିବାବେଳେ ମୁମ୍ବାଇ ଇଣ୍ଡିଆନ୍ସର ସୂର୍ଯ୍ୟକୁମାର ଯାଦବ ବିସ୍ଫୋରକ ବ୍ୟାଟିଂ ପାଇଁ ଚର୍ଚ୍ଚାରେ ରହିଛି। ତେବେ ଆଜିର ବଡ଼ ମୁକାବିଲା ପୂର୍ବରୁ ଶୁଭମନ ଗିଲ୍‌ ଓ ସାରା ଅଲ୍ଳୀ ଖାନଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବିଗତ କିଛିଦିନ ଚର୍ଚ୍ଚାରେ ଥିବା ଏହି ଯୋଡ଼ି ଦୁହେଁ ଦୁହିଁଙ୍କୁ ଇନଷ୍ଟାଗ୍ରାମରେ ଅନଫୋଲ କରିଛନ୍ତି।

ଦମଦାର ଫର୍ମରେ ଥିବା ଶୁଭମନ ଗିଲ୍‌ ବଲିଉଡ ସୁନ୍ଦରୀ ସାରା ଅଲ୍ଲୀ ଖାନଙ୍କୁ ସୋସିଆଲ ମିଡିଆରେ ଅନଫୋଲ କରିଦେଇଛନ୍ତି। ସେହିପରି ସାରା ମଧ୍ୟ ଶୁଭମନଙ୍କୁ ମଧ୍ୟ ଅନଫୋଲ କରିଛନ୍ତି। କିଛି ମାସ ତଳେ ଶୁଭମନ ଗିଲ୍‌ ଓ ସାରା ଅଲ୍ଲୀ ଖାନ ଦୁବାଇରେ ଏକାସାଥିରେ ଡିନର କରୁଥିବା ଦେଖିବାକୁ ମିଳିଥିଲା। ଯାହାର ଫଟୋ ବି ସୋସିଆଲ ମିଡିଆରେ ଘୁରି ବୁଲୁଥିଲା। ତାପରଠୁ ଦୁହିଁଙ୍କ ଡେଟିଂକୁ ନେଇ ଚର୍ଚ୍ଚା ହୋଇଥିଲା। ଏପରିକି ସାରା ଓ ଶୁଭମନ ଅଲଗା ଅଲଗା ସାକ୍ଷାତକାରରେ ଦୁହିଁଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ସାଙ୍କେତିକ ଭାବେ କହିଥିଲେ। ହେଲେ ଏବେ ଦୁହିଁଙ୍କ ମଧ୍ୟରେ ସବୁ ଠିକ୍‌ ନଥିବା କଥା ମଧ୍ୟ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସାରା ଅଲ୍ଲୀ ଖାନ ଓ ଶୁଭମନ ଗିଲ୍‌ ଦୁହେଁ ଦୁହିଁଙ୍କୁ ସୋସିଆଲ ମିଡିଆରେ ଅନଫୋଲ କରିଛନ୍ତି। ଅନ୍ୟପଟେ ଏକ ପୁରୁଣା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଶୁଭମନ ତାଙ୍କ ଡେଟିଂ ବିଷୟରେ କହୁଥିବାର ଦେଖିବାକୁ ମିଳିଛି। ସେହି ଭିଡିଓରେ ତାଙ୍କ ପସନ୍ଦର ହିରୋଇନ୍‌ ସାରା ବୋଲି ଶୁଭମନ କହିଥିଲେ।

Leave A Reply

Your email address will not be published.