Odisha Link
Bridging the Missing Links in Odisha

ଭିଜିଲାନ୍ସ ପଞ୍ଝାରେ ନୂଆପଡ଼ା ଡିଏଫଓ କାର୍ଯ୍ୟାଳୟର ବରିଷ୍ଠ କିରାଣୀ

ଭିଜିଲାନ୍ସ ଜାଲରେ ଧରାପଡିଥିବା ସରକାରୀ ବାବୁ ଜଣକ ହେଲେ ନୂଆପଡ଼ା ଡିଏଫଓ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ସଞ୍ଜୟ ବାଗ।

ଓଏଲ୍‌ ବ୍ୟୁରୋ: ଲାଞ୍ଚ ନେବା ପଡିଲା ମହଙ୍ଗା। ଭିଜିଲାନ୍ସ ପଞ୍ଝାରେ ନୂଆପଡ଼ା ଡିଏଫଓ କାର୍ଯ୍ୟାଳୟର ବରିଷ୍ଠ କିରାଣୀ। ୨୦ ହଜାର ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ଟିମ୍। ଭିଜିଲାନ୍ସ ଜାଲରେ ଧରାପଡିଥିବା ସରକାରୀ ବାବୁ ଜଣକ ହେଲେ ନୂଆପଡ଼ା ଡିଏଫଓ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ସଞ୍ଜୟ ବାଗ। ଜଣେ ବ୍ୟକ୍ତିଙ୍କ ପାଖରୁ ପେନଶନ କରାଇଦେବା ପାଇଁ ଲାଞ୍ଚ ନେଉଥିବା ଜାଣି ଭିଜିଲାନ୍ସ ତାଙ୍କୁ କାବୁ କରିଛି।

Leave A Reply

Your email address will not be published.