Odisha Link
Bridging the Missing Links in Odisha

ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର, ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ କ୍ରୀଡ଼ା ବିଷୟବସ୍ତୁ

କ୍ରୀଡା ପାଇଁ ୧୨୧୭ କୋଟି ଟଙ୍କାର ବଜେଟ ବ୍ୟୟ ବରାଦ ହୋଇଛି।

ଓଏଲ୍‌ ବ୍ୟୁରୋ: କ୍ରୀଡ଼ାରେ ଆଗ୍ରହୀ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ସାମ୍ନାକୁ ଆସିଛି। ଆସନ୍ତା ଶିକ୍ଷାବର୍ଷରୁ ବିଦ୍ୟାଳୟ ପାଠ୍ୟକ୍ରମରେ ସ୍ଥାନ ପାଇବ କ୍ରୀଡ଼ା ବିଷୟବସ୍ତୁ। ପରବର୍ତ୍ତୀ ସମୟରେ ଏହାକୁ ବାଧ୍ୟତାମୂଳକ କରାଯିବ। ଏହା ଭିତରେ ପୁରୁଷ ହକି ବିଶ୍ୱକପ ଆୟୋଜନ କରି ହକିର ହବ ପାଲଟିଛି ଓଡ଼ିଶା। କ୍ରୀଡା ପାଇଁ ୧୨୧୭ କୋଟି ଟଙ୍କାର ବଜେଟ ବ୍ୟୟ ବରାଦ ହୋଇଛି। କ୍ରୀଡା ପାଇଁ ୨ ହଜାର ୫ ସହ କୋଟିର ପ୍ରୋଜେକ୍ଟ ଓଡ଼ିଶାରେ ଚାଲୁରହିଛି।

ହକି ପାଇଁ ସାରା ବିଶ୍ଵରେ ପ୍ରସଂଶିତ ହୋଇଥିବା ଓଡ଼ିଶାରେ କର୍ପୋରେଟ ଓ କ୍ରୀଡାବୀତିଙ୍କ ପାଇଁ ହାଇ ପରଫର୍ମାନ୍ସ ସେଣ୍ଟର ଆରମ୍ବ କରାଯାଇଛି। ହକିର ପୀଠ ଭାବେ ସୁନ୍ଦରଗଡ଼ ଜିଲ୍ଲାରେ ୧୭ଟି ଆଷ୍ଟ୍ରୋ-ଟର୍ଫ ହକି ପଡିଆ ନିର୍ମାଣ ହୋଇଛି। ଏଥିସହ ରାଜ୍ୟର ସହରାଞ୍ଚଳରେ ୯୦ ଟି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ପ୍ରତିଷ୍ଠା ସହ ୬ ଟି ଫିଫା ଷ୍ଟାଣ୍ଡାର୍ଡ ପିଚ ବିକଶିତ କରିଛନ୍ତି। ଓଡ଼ିଶାରେ କ୍ରିକେଟ ଉପରେ ଆଗାମୀ ଦିନରେ କ୍ରୀଡା ବିଭାଗ ଫୋକସ କରିବ ସୂଚନା ମିଳିଛି।

Leave A Reply

Your email address will not be published.