Odisha Link
Bridging the Missing Links in Odisha

+୨ କଳା ରେଜଲ୍ଟ: ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ପାସ୍ ହାର

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଓଏଲ୍‌ ବ୍ୟୁରୋ: ପ୍ରକାଶ ପାଇଲା +୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ। ଛାତ୍ରଛାତ୍ରୀ ନିଜର ଫଳାଫଳ ଜାଣିବା ପାଇଁ orissaresults.nic.in କିମ୍ବା chseodisha.nic.in ୱେବସାଇଟରେ ଯାଇ ଚେକ କରିପାରିବେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା ଦିଆଯାଇଛି। +୨ କଳାରେ ପାସ୍ ହାର ୭୮.୮୮ ପ୍ରତିଶତ ହୋଇଥିବାବେଳେ ମୋଟ ୧ ଲକ୍ଷ ୮୧ ହଜାର ୮୬୯ ଛାତ୍ରଛାତ୍ରୀ ପାସ୍ କରିଛନ୍ତି।

ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ୮୪.୯୭ ପ୍ରତିଶତ ପିଲା ପାସ୍ କରିଛନ୍ତି। ନବରଙ୍ଗପୁର ଜିଲ୍ଲା ପାସ୍‌ ହାରରେ ସର୍ବନିମ୍ନ ୭୦.୭୪ ପ୍ରତିଶତ। ପାସ୍‌ ହାରରେ ପୁଣି ପୁଅଙ୍କୁ ପଛରେ ପକାଇଲେ ଝିଅ। ଝିଅ ପାସ୍‌ ହାର ୮୫.୬୬ ପ୍ରତଶତ ହୋଇଥିବାବେଳେ ପୁଅଙ୍କ ପାସ୍ ହାର ୭୦.୪୩ ପ୍ରତିଶତ। ପ୍ରଥମ ଶ୍ରେଣୀରେ ୩୨, ୭୮୨ ଓ ୨ୟରେ ୩୨, ୪୬୧ ପିଲା ପାସ୍। ତୃତୀୟ ଶ୍ରେଣୀରେ ସର୍ବାଧିକ ୧, ୧୬, ୧୭୯ ପିଲା ପାସ୍ ହୋଇଥିବା ସୂଚନା ରହିଛି।

ଖବର ଅନୁସାରେ, ଗତ ୩୧ ତାରିଖରେ ପ୍ରକାଶ ପାଇଥିଲା ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ। ମାର୍ଚ୍ଚ ୧ ତାରିଖରୁ ଯୁକ୍ତ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଏପ୍ରିଲ୍ ୫ ତାରିଖରେ ଶେଷ ହୋଇଥିଲା। ସେହିପରି ଏପ୍ରିଲ୍ ୧୦ ତାରିଖରେ ଖାତା ଦେଖା ଆରମ୍ଭ ହୋଇଥିଲା। ରେଜଲ୍ଟ ପ୍ରକାଶ ପାଇବା ନେଇ ପୂର୍ବରୁ ସିଏଚଏସିସି, ପରୀକ୍ଷା ନିୟନ୍ତ୍ରକ ବିଧିବଦ୍ଧ ଭାବେ ଘୋଷଣା କରିଥିଲେ।

Leave A Reply

Your email address will not be published.