Odisha Link
Bridging the Missing Links in Odisha

ପିଛା ଛାଡ଼ୁନି ଦୁର୍ଘଟଣା: ଏକ୍ସପ୍ରେସରେ ଲାଗିଲା ନିଆଁ

ଓଏଲ୍‌ ବ୍ୟୁରୋ: ଜୁନ୍‌ ୨ ତାରିଖରେ ବାଲେଶ୍ବର ବାହାନଗାରେ ହୋଇଥିବା ଭୟଙ୍କର ରେଳ ଦୁର୍ଘଟଣାରେ ୨୮୮ ଜଣଙ୍କ ଜୀବନ ଚାଲି ଯାଇଥିଲା। ଯାଜପୁର ରୋଡରେ ଟ୍ରେନରେ କଟି ୬ ଜଣଙ୍କ ମୃତ୍ୟୁ ମନରୁ ଲିଭି ନଥିବା ବେଳେ ଆଉ ଦୁଇଟି ଟ୍ରେନ ଦୁର୍ଘଟଣା ଯାତ୍ରୀମାନଙ୍କୁ ଆତଙ୍କିତ କରି ପକାଇଛି। ଚଣ୍ଡିଖୋଲ ନିକଟରେ ଚଳନ୍ତା ମାଲଗାଡି ମଝିରୁ ଅଲଗା ହୋଇଯାଇଥିଲା। ୩ଟି ୱାଗନ ଛାଡ଼ି ଗାଡ଼ି ପଳାଇଥିଲା। ପୁଣି ଗୁରୁବାର ରାତିରେରେ ନୂଆପଡ଼ାରେ ଦୁର୍ଗ-ପୁରୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଥିବାର ଖବର ମିଳିଛି।

ଗତ ରାତି ପ୍ରାୟ ୧୦ଟା ସମୟରେ ଦୁର୍ଗ-ପୁରୀ ଏକ୍ସପ୍ରେସରେ ନିଆଁ ଲାଗି ଯାଇଥିଲା। ଟ୍ରେନ୍‌ଟି ଛତିଶଗଡ଼ର ଦୁର୍ଗରୁ ଯାତ୍ରୀଙ୍କୁ ନେଇ ପୁରୀ ଆସୁଥିବା ବେଳେ କୋମାଖାନା ନିକଟରେ ନିଆଁ ଲାଗିଥିବା ନେଇ ଯାତ୍ରୀମାନେ ଦେଖିଥିଲେ। ଏନେଇ ରେଲୱେ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ।

ପରେ କର୍ତ୍ତୃପକ୍ଷ ଟ୍ରେନଟିକୁ ନୂଆପଡା ଜିଲ୍ଲା ଖରିଆର ରୋଡ୍ ଅଟକାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଟ୍ରେନରେ ବ୍ରେକ୍ ବାଇଣ୍ଡିଂରେ ସ୍ପାର୍କିଂ ହୋଇ ନିଆଁ ଲାଗିଥିବା ଜଣାପଡ଼ିଥିଲା। ଏହି ଦୁର୍ଘଟଣାରେ କାହାର କିଛି କ୍ଷୟକ୍ଷତି ହୋଇ ନାହିଁ। ପ୍ରାୟ ଗୋଟିଏ ଘଣ୍ଟା ପରେ ଟ୍ରେନ୍ ଛାଡ଼ିଥିଲା।

Leave A Reply

Your email address will not be published.