Odisha Link
Bridging the Missing Links in Odisha

ପ୍ରଯୋଜକ ଟୁଟୁ ନାୟକଙ୍କ ବିରୁଦ୍ଧରେ କାଷ୍ଟିଂ କାଉଚ୍ ଅଭିଯୋଗ ଆଣିଲେ ପ୍ରକୃତି

ଓଏଲ୍‌ ବ୍ୟୁରୋ: ଓଡ଼ିଆ ସିନେମା ଜଗତରେ ପୁଣିଥରେ ଉଠିଲା କାଷ୍ଟିଂ କାଉଚ୍‌ ଝଡ଼ । ଜଣାଶୁଣା ଚଳଚ୍ଚିତ୍ର ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁ ନାୟକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଚୁଲବୁଲି ନାୟିକା ପ୍ରକୃତି ମିଶ୍ର। ଟୁଟୁ ନାୟକଙ୍କ ନାମ ନେଇ ସିଧାସଳଖ କାଷ୍ଟିଂ କାଉଚ୍ ଅଭିଯୋଗ ଆଣିଛନ୍ତି ପ୍ରକୃତି ମିଶ୍ର।

ପ୍ରକୃତି ମିଶ୍ର ଗଣମାଧ୍ୟମ ସମ୍ମୁଖର କହିଛନ୍ତି ଯେ, ଅନେକ ନବାଗତା ଝିଅଙ୍କୁ ସେ ଶୋଷଣ କରିଛନ୍ତି। ଫିଲ୍ମରେ କାମ ଦେବାର ପ୍ରଲୋଭନ ଦେଖାଇ ଅନେକ ନବାଗତ ଝିଅଙ୍କୁ ଟୁଟୁ ନାୟକ ଶୋଷଣ କରିଛନ୍ତି ତଥା ତାଙ୍କ ସହ ଜଡ଼ିତ ବହୁ ଅଭିନେତା ଓ ଲୋକ ମଧ୍ୟ ଏଥିରେ ସମ୍ପୃକ୍ତ ବୋଲି ପ୍ରକୃତି ଅଭିଯୋଗ କରିଛନ୍ତି।

ଏଭଳିକି ପ୍ରକୃତି କହିଛନ୍ତି ଯେ, ପୀଡ଼ିତା ଝିଅମାନେ କିଭଳି ଟୁଟୁ ନାୟକଙ୍କ ଶୋଷଣର ଶିକାର ହୋଇଛନ୍ତି ଏନେଇ ତାଙ୍କୁ ମେସେଜ୍ ମଧ୍ୟ କରିଛନ୍ତି। ଟୁଟୁ ନାୟକ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣେ ଅଭ୍ୟାସଗତ ଶୋଷଣକାରୀ ଓ ସବୁବେଳେ ନୂଆ ଝିଅମାନଙ୍କୁ ଟାର୍ଗେଟ୍ କରିଥାନ୍ତି। ଓଡ଼ିଆ ଇଣ୍ଡଷ୍ଟ୍ରିରେ କାଷ୍ଟିଂ କାଉଚର ଶିକାର ସେ ନିଜେ ହୋଇନଥିଲେ ମଧ୍ୟ ଟୁଟୁ ନାୟକ କିଭଳି ନବାଗତ ଝିଅମାନଙ୍କୁ ଶୋଷଣ କରନ୍ତି ତାହା ସମସ୍ତେ ଜାଣିଛନ୍ତି ବୋଲି ପ୍ରକୃତି କହିଛନ୍ତି। ଏପରିକି ତାଙ୍କ ସହ ଅତୀତ ଏକ ଦୁଃଖଦ ଘଟଣାବେଳେ ଟୁଟୁ ନାୟକ ନିଜେ କହିଥିଲେ ଯେ, ଭଲ ପୁଅମାନଙ୍କୁ ଫସାଇବା ଝିଅମାନଙ୍କ କାମ।

ଟୁଟୁ ନାୟକ କିପରି ବ୍ୟକ୍ତି ତାହା ତାଙ୍କର ଏଭଳି ଛୋଟ ଚିନ୍ତାଧାରାରୁ ଜଣାପଡ଼ି ଯାଉଛି। ଟୁଟୁ ନାୟକ ଓଡ଼ିଆ ଇଣ୍ଡଷ୍ଟ୍ରିକୁ ନିଜର ଖେଳପଡ଼ିଆ ଭାବି ନିଜର ଏକ ଟିମ୍ ମାଧ୍ୟମରେ ଯାହା ଇଚ୍ଛା କରୁଛନ୍ତି। ଟୁଟୁ ନାୟକ ଇଣ୍ଡଷ୍ଟ୍ରିକୁ ଆସୁଥିବା ନବାଗତ ଝିଅମାନଙ୍କୁ ଶୋଷଣ କରିବା କଥା ସମସ୍ତେ ଜାଣନ୍ତି। ଯେଉଁ ଝିଅ ସେମାନଙ୍କ କଥାରେ ରାଜି ନହୁଏ ତାକୁ ରାତାରାତି ଫିଲ୍ମରୁ ବିଦା କରିବାର ନଜିର ମଧ୍ୟ ରହିଛି ବୋଲି ସେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.