Odisha Link
Bridging the Missing Links in Odisha

‘ଆଗାମୀ ୧୭ରେ ଓଡ଼ିଶା ଆସିବେ ଶାହ, ଢେଙ୍କାନାଳ ଜନସମ୍ପର୍କ ଯାତ୍ରାରେ ହେବେ ସାମିଲ’

୯ବର୍ଷ ପୂର୍ତ୍ତି ଅବସରରେ ଏକ ମାସ ବ୍ୟାପୀ ସାରା ଦେଶରେ ମହା ଜନସମ୍ପର୍କ ଅଭିଯାନ

ଓଏଲ୍‌ ବ୍ୟୁରୋ: ଗଡ଼ୁଛି ଦିନ ଆଉ ବଢୁଛି ରାଜନୈତିକ ଅଙ୍କକଷା। ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ। ଏସବୁ ମଧ୍ୟରେ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ପରେ ସାରା ଦେଶରେ ଭାରତୀୟ ଜନତା ପାର୍ଟି ଆରମ୍ଭ କରିଛି ମହା ଜନସମ୍ପର୍କ ଅଭିଯାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଗଠନର ୯ବର୍ଷ ପୂର୍ତ୍ତି ଅବସରରେ ଏକ ମାସ ବ୍ୟାପୀ ସାରା ଦେଶରେ ମହା ଜନସମ୍ପର୍କ ଅଭିଯାନ କରୁଛି ବିଜେପି।

କହିବାକୁ ଗଲେ ବିଜେପି ୨୦୨୪ ନିର୍ବାଚନ ପାଇଁ ପୂର୍ବ ପ୍ରସ୍ତୁତି ଆରମ୍ଭ କରିଛି। ତେବେ ଏହାରି ମଧ୍ୟରେ ଅମିତ ଶାହ, ଜେପି ନଡ୍ଡା ଓଡ଼ିଶା ଆସିବେ ବୋଲି ଜଣା ପଡିଛି। ଜୁନ୍‌ ୧୭ରେ ଓଡ଼ିଶା ଆସିବେ ଆସିବେ ଗୃହ ମନ୍ତ୍ରୀ ଅମିତ ଶାହ। ଓଡ଼ିଶା ଆସି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଢେଙ୍କାନାଳ ମହା ଜନସମ୍ପର୍କ ଯାତ୍ରାରେ ସାମିଲ ହେବେ। ତେବେ ଏନେଇ ସୂଚନା ଦେଇଛନ୍ତି ବିଜେପି ସା. ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ। ଏହା ସହ ୨୨ ତାରିଖରେ ଜେପି ନଡ୍ଡା ଓଡ଼ିଶା ଆସିବେ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି।

ସାରା ଦେଶରେ ମୋଦି ସରକାରଙ୍କ ସେବା, ସୁଶାସନ ଓ ଗରୀବ କଲ୍ୟାଣର ଗତ ୯ ବର୍ଷର ସଫଳତାକୁ ପ୍ରତ୍ୟେକ ଘରେ ଘରେ ପହଂଚାଇବା ପାଇଁ ବିଜେପି ପକ୍ଷରୁ ମେ ୩୧ରୁ ଆସନ୍ତା ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଏକ ମାସ ବ୍ୟାପୀ ‘ମହା ଜନସଂପର୍କ ଅଭିଯାନ’ର ଶୁଭାରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ ୩୧ରେ ରାଜସ୍ଥାନର ଆଜମେରଠାରେ ମହାରାଲି କରି ଏହି ଅଭିଯାନର ଶୁଭାରମ୍ଭ କରିଥିଲେ। ଆଗାମୀ ୧ ମାସରେ ସମଗ୍ର ଦେଶରେ ଏହି ଭଳି ୫୧ଟି ମହାରାଲିର ଆୟୋଜନ କରାଯିବ ବୋଲି ବିଜେପି ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.