Odisha Link
Bridging the Missing Links in Odisha

‘ଓଡ଼ିଶାରେ ଏବେ ରାଜନୀତି ନାହିଁ, କେବଳ ମ୍ୟାନେଜ୍‌ରେ ଚାଲିଛି’

ର୍ନିବାଚିତ ନେତା ଜୁନିଅର ଅଫିସରଙ୍କୁ ଡରୁଛନ୍ତି

ଓଏଲ୍ ବ୍ୟୁରୋ: ନାରୀ ସମାଜ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ପ୍ରେରଣାର ସ୍ରୋତ। ଅଦ୍ଭୁତ କ୍ଷମତାରେ ଥାଇ କେବେ ବି ସେ ରାଜନୀତିକୁ କଳୁଷିତ କରିନାହାନ୍ତି। ତାଙ୍କ ସମୟରେ ସୁପରିଚାଳନାର ଏକ ଅନନ୍ୟ ବାତାବରଣ ଦେଖିବାକୁ ମିଳିଥିଲା। କିନ୍ତୁ ଏବେ ରାଜ୍ୟ ଆଉ ଗଣତନ୍ତ୍ରଭିତ୍ତିକ ହୋଇନାହିଁ। ଲୋକତନ୍ତ୍ରରେ ସ୍ବାଧୀନତା ଅଛି କି ନାହିଁ ତାହା ସନ୍ଦେହରେ। ଏଠାରେ ରାଜନେତା ଦରମା ପାଇଁ ରାଜନୀତିରେ ଯୋଗଦେଉଛନ୍ତି। ସେମାନଙ୍କ ଭିତରୁ କିଛି ରାଜନେତା ରାଜନୀତିରେ ଅସ୍ତିତ୍ୱ ହରାଇଛନ୍ତି ଆଉ କିଛି ଦୂରେଇ ଯାଇଛନ୍ତି।

ରାଜନୀତିର ସିନାରିଓ ବଦଳାଇବାକୁ ହେବ। ଓଡ଼ିଶାରେ ଏବେ ରାଜନୀତି ନାହିଁ। କେବଳ ମ୍ୟାନେଜ୍‌ରେ ଚାଲିଛି। ସେ କେନ୍ଦ୍ର ହେଉ କି ରାଜ୍ୟ। ର୍ନିବାଚିତ ହେଉଥିବା ନେତା ଜୁନିଅର ଅଫିସରଙ୍କୁ ଡରୁଛନ୍ତି ଏବଂ ସାର ବୋଲି କହି ସମ୍ବୋଧନ କରୁଛନ୍ତି ବୋଲି କଂଗ୍ରେସ ନେତା ଭକ୍ତ ଚରଣ ଦାସ ଶୁକ୍ରବାର ଜୟଦେବ ଭବନଠାରେ ଅନୁଷ୍ଠିତ ନନ୍ଦିନୀ ଶତପଥୀ ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ଓ ଦେଶର ଗଣତନ୍ତ୍ର ଶୀର୍ଷକରେ ଏଭଳି କହିଛନ୍ତି।

Leave A Reply

Your email address will not be published.