Odisha Link
Bridging the Missing Links in Odisha

ମୋବାଇଲ ହଜିଲେ ହୁଅନ୍ତୁନି ଭାରାକ୍ରାନ୍ତ, ଚିନ୍ତାମୁକ୍ତ କରିବ ଓଡ଼ିଶା ପୁଲିସର ନୂଆ ପଦକ୍ଷେପ

ସାଇବର ଠକେଇରୁ ରକ୍ଷା କରିପାରେ

ଓଏଲ୍‌ ବ୍ୟୁରୋ: ସାଧାରଣତଃ ଆମ ମୋବାଇଲ ହଜିଗଲେ କିମ୍ବା ଚୋରି ହୋଇଗଲେ, ଆମେ ଅତ୍ୟନ୍ତ ବ୍ୟସ୍ତ ହୋଇପଡୁ। ସଙ୍ଗେ ସଙ୍ଗେ କଣ କରାଯାଇପାରିବ ଏନେଇ ସମସ୍ତେ ଚିନ୍ତା କରନ୍ତି। ମୋବାଇଲ ହଜିଗଲେ ଯେତିକି ଚିନ୍ତା ନହୁଏ ତା’ ଠାରୁ ଅଧିକ ଭାରାକ୍ରାନ୍ତ ଲାଗେ ହଜିଥିବା କିମ୍ବା ଚୋରି ହୋଇଥିବା ମୋବାଇଲରେ ଥିବା ଡାଟାକୁ ନେଇ। ଯାହା ସମସ୍ତଙ୍କ ପାଇଁ ଅତ୍ୟନ୍ତ ଜରୁରୀ ହୋଇଥାଏ। ତେବେ ଏନେଇ ଓଡ଼ିଶା ପୁଲିସ ଦ୍ୱାରା ଏକ ନୂତନ ପଦକ୍ଷେପ ନିଆଯାଇଛି।

ଓଡ଼ିଶା ପୁଲିସ ଦ୍ୱାରା ଜାରି ହୋଇଥିବା ସୂଚନା ଅନୁସାରେ, ଯଦି ଆପଣଙ୍କ ମୋବାଇଲ ହଜିଯାଏ କିମ୍ବା ଚୋରି ହୋଇଯାଏ ତେବେ ନିଜକୁ ଅଯଥା ଭାରାକ୍ରାନ୍ତ ନକରି ପ୍ରଥମ ପଦକ୍ଷେପ ସ୍ୱରୁପ ceir.sancharsaathi.gov.in ଲିଙ୍କରେ କ୍ଲିକ୍ କରି ମୋବାଇଲକୁ ବ୍ଲକ୍ କରନ୍ତୁ। ଏହି ପଦକ୍ଷେପ ଆପଣଙ୍କୁ ଏକ ବଡ ସାଇବର ଠକେଇରୁ ରକ୍ଷା କରିପାରେ ବୋଲି ଓଡ଼ିଶା ପୁଲିସ ଦ୍ୱାରା ଜାରି ହୋଇଥିବା ସୂଚନାରେ ଉଲ୍ଲେଖ କରାଯାଇଛି।

https://twitter.com/odisha_police/status/1667377116869177344?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1667377116869177344%7Ctwgr%5Ea8934af5945aec7a8d3cd2d58bd31c091819f162%7Ctwcon%5Es1_c10&ref_url=https%3A%2F%2Fpublish.twitter.com%2F%3Fquery%3Dhttps3A2F2Ftwitter.com2Fodisha_police2Fstatus2F1667377116869177344widget%3DTweet

Leave A Reply

Your email address will not be published.