Odisha Link
Bridging the Missing Links in Odisha

ଭିତ୍ତିଭୂମି ସମସ୍ୟା ପାଇଁ ରାଜ୍ୟରେ ବିଦ୍ୟୁତ୍ କାଟ ହେଉଛି: ଶକ୍ତି ମନ୍ତ୍ରୀ

ରାଜ୍ୟରେ ପାୱାର କଟ ହେଉନାହିଁ, ବରଂ ବର୍ଷା ପବନ ଯୋଗୁଁ ବିଦ୍ୟୁତ କଟା ହେଉଛି

ଓଏଲ୍‌ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ କରିଥିଲା। ଯାହା ପରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇ ଅନେକ ସମୟ ଧରି ବିଦ୍ୟୁତ କାଟ ହୋଇଥିଲା। ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଥିବାବେଳେ ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି ଶକ୍ତିମନ୍ତ୍ରୀ। ସେ କହିଛନ୍ତି, ରାଜ୍ୟରେ ପାୱାର କଟ ହେଉନାହିଁ, ବରଂ ବର୍ଷା ପବନ ଯୋଗୁଁ ବିଦ୍ୟୁତ କଟା ହେଉଛି। ଭିତ୍ତିଭୂମି ସମସ୍ୟା ପାଇଁ ଏପରି ଅସୁବିଧା ଦେଖାଦେଉଛି ବୋଲି କହିଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ।

ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟ ପ୍ରସଙ୍ଗରେ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ନିଜର ପ୍ରତିକ୍ରିୟା ରଖିଥିଲେ। ପରେ ଏନେଇ ନିଜର ମନ୍ତବ୍ୟ ଦେଇଛନ୍ତି ବିଜେଡି ଉପସଭାପତି ଦେବୀ ମିଶ୍ର। ସେ କହିଥିଲେ, କାଳବୈଶାଖୀ ହେଲେ ବିଦ୍ୟୁତ କଟିବ। ଉପଭୋକ୍ତା କିପରି ସୁବିଧାରେ ବିଦ୍ୟୁତ ପାଇବେ ଧ୍ୟାନ ଦିଆଯାଉଛି। ଅନୁଧ୍ୟାନ ପାଇଁ ବିଭାଗ ଅଛି, ଉଚିତ ପଦକ୍ଷେପ ନେବେ ବୋଲି କହିଥିଲେ ବିଜେଡି ଉପସଭାପତି ଦେବୀ ମିଶ୍ର।

ଖବର ଅନୁସାରେ, ବିଜୟ ପଟ୍ଟନାୟକ କହିଥିଲେ, ଟାଟା ପାୱାର କମ୍ପାନୀ ଉପରେ ରାଜ୍ୟ ବିଦ୍ୟୁତ ବିଭାଗର କର୍ତ୍ତ୍ୟୁତ ନାହିଁ। ଟାଟା କମ୍ପାନୀ ଶକ୍ତି ବିଭାଗର ହର୍ତା କର୍ତ୍ତା ପାଲଟିଛି। ଯାହା ପାଇଁ ଆମେ ଏ କଷ୍ଟ ଭୋଗୁଛୁ। ବିଦ୍ୟୁତ ବିଭାଗର ଅଣ୍ଡର ଗ୍ରାଉଣ୍ଡ କେବୁଲିଂ ବ୍ୟବସ୍ଥା ଗଲା କୁଆଡେ ବୋଲି ପ୍ରଶ୍ନ କରିଛନ୍ତି ବିଜୟ ପଟ୍ଟନାୟକ। ସାମାନ୍ୟ ପବନରୁ ଲାଇନ୍ କାଟର ଶିକାର ହେଉଛନ୍ତି ରାଜ୍ୟବାସୀ। ସରକାର ଟାଟାକୁ ସମ୍ପୂର୍ଣ କ୍ଷମତା ଦେଇ ଦେଇଛନ୍ତି ସେଥିପାଇଁ ଏ ଦଶା ଭୋଗିବାକୁ ପଡୁଛି।

ସେ ଆହୁରି ମଧ୍ୟ କହିଥିଲେ, ମନ ଇଚ୍ଛା ଲାଇନ୍ କାଟ କରିବା ସାଙ୍ଗକୁ ଉପଭୋକ୍ତାଙ୍କ ଉପରେ ଜୁଲମ କରୁଛନ୍ତି। ମନ୍ତ୍ରୀ କହିବେ ବିଦ୍ୟୁତ କାଟ ‘ଟେକ୍ନିକାଲ ପ୍ରୋବେଲମ’। ଠିକ୍ ଅଛି କିନ୍ତୁ ସବୁ ବେଳେ ଘନ ଘନ ଲାଇନ୍ କାଟିଲେ ଆମେ କଣ କହିବା ଟେକ୍ନିକାଲ ପ୍ରୋବଲେମ୍। ସରକାରଙ୍କ ଶକ୍ତି ବିଭାଗ ଉପରେ ଆଉ ଅଙ୍କୁଶ ନାହିଁ ବୋଲି କହିଥିଲେ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ।

Leave A Reply

Your email address will not be published.