ରାଜ୍ୟରେ ଏତେ କୋଇଲା ଓ ଜଳ ବିଦ୍ୟୁତ୍ ପ୍ରକଳ୍ପ ଥାଇ ବି ଅବ୍ୟବସ୍ଥା: ଧର୍ମେନ୍ଦ୍ର ପ୍ରଧାନ
ମନ୍ତ୍ରୀ ଓ ସଚିବମାନଙ୍କ ବକ୍ତବ୍ୟରେ ମେଳ ନାହିଁ

ଓଏଲ୍ ବ୍ୟୁରୋ: ଅସହ୍ୟ ତାତି ସମୟରେ ରାଜ୍ୟରେ ଅନେକ ସମୟ ଧରି ଅଘୋଷିତ ବିଦ୍ୟୁତ କାଟ ହେଉଛି। ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଥିବାବେଳେ ଏନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, କିଛି ଦିନ ହେବ ବିଚିତ୍ର କଥା ଦେଖିବାକୁ ମିଳୁଛି। ମନ୍ତ୍ରୀ, ସଚିବ, ନେତା ପରସ୍ପର ବିରୋଧୀ ମନ୍ତବ୍ୟ ଦେଉଛନ୍ତି। ମନ୍ତ୍ରୀ ଓ ସଚିବମାନଙ୍କ ବକ୍ତବ୍ୟରେ ମେଳ ନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ସେ ଆହୁରି ମଧ୍ୟ କହିଛନ୍ତି, ଓଡ଼ିଶା କୋଇଲାରୁ ଅନ୍ୟ ରାଜ୍ୟରେ ବିଜୁଳି ଉତ୍ପାଦିତ ହୁଏ। ଏତେ କୋଇଲା ଓ ଜଳ ବିଦ୍ୟୁତ୍ ପ୍ରକଳ୍ପ ଥାଇ ବି ଅବ୍ୟବସ୍ଥା। ଓଡ଼ିଶା ଗଭର୍ନାନ୍ସ ଡେଫିସିଟ୍ ହୋଇସାରିଲାଣି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଯେଉଁମାନେ ନିଜ ବିଭାଗ ସମ୍ଭାଳିବା କଥା ସେମାନେ କେବଳ ପ୍ରଚାରରେ ମାତିଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।