Odisha Link
Bridging the Missing Links in Odisha

ଅଶାନ୍ତ ସମୁଦ୍ର, କାଲି ଗୁଜରାଟ ଉପକୂଳ ଛୁଇଁପାରେ ବାତ୍ୟା ‘ବିପର୍ଯ୍ୟୟ’

ସମୁଦ୍ରକୁ ନଯିବା ଲାଗି ମତ୍ସ୍ୟଜୀବୀଙ୍କୁ ପରାମର୍ଶ

ଓଏଲ୍‌ ବ୍ୟୁରୋ: ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ଅତି ଭୀଷଣ ବାତ୍ୟାର ରୂପ ନେଇଛି ‘ବିପର୍ଯ୍ୟୟ’। ସାମୁଦ୍ରିକ ଝଡ଼ ବିପର୍ଯ୍ୟୟ ଘନିଭୂତ ହେବା ସହିତ ମହାବାତ୍ୟାର ରୂପ ନେଇଛି। ଏହା ସହିତ ଗୁଜରାଟ ଉପକୂଳରେ ମାଡ଼ ହେବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରିଛନ୍ତି। ଆସନ୍ତାକାଲି ଗୁଜରାଟ ଉପକୂଳ ଛୁଇଁପାରେ ବାତ୍ୟା ବିପର୍ଯ୍ୟୟ। ଏହା ସମୁଦ୍ରରେ ଦୁର୍ବଳ ହୋଇ ଅତି ପ୍ରବଳ ଘୂର୍ଣ୍ଣିଝଡ଼ରେ ପରିଣତ ହୋଇଥିଲେ ବି, ଲ୍ୟାଣ୍ଡଫଲ ବେଳକୁ ଏହା ବ୍ୟାପକ କ୍ଷୟକ୍ଷତି ଘଟାଇବାର ଆଶଙ୍କା ରହିଛି। ସେତେବେଳେ ପବନର ଘଣ୍ଟାପ୍ରତି ବେଗ ୧୨୫ରୁ ୧୩୫ କିଲୋମିଟର ଏବଂ ବେଳେବେଳେ ୧୫୦ କିଲୋମିଟର ବେଗ ବହିବ ବୋଲି ପୂର୍ବାନୁମାନ କରାଯାଇଛି।

ବାତ୍ୟା ମୁକାବିଲା ନେଇ କେନ୍ଦ୍ର, ରାଜ୍ୟ, ନାଭି, କୋଷ୍ଟ ଗାର୍ଡଙ୍କୁ ନେଇ କଚ୍ଛରେ ବୈଠକ। ୮ ହଜାର ଲୋକ ଓ ଦେଢ଼ରୁ ୨ ଲକ୍ଷ ଗୃହପାଳିତ ପଶୁଙ୍କୁ ସ୍ଥାନାନ୍ତର କରାଯାଇଛି। ବାତ୍ୟା ପ୍ରଭାବରେ ଅଶାନ୍ତ କଚ୍ଛ ଅଞ୍ଚଳର ମାଣ୍ଡଭି ଉପକୂଳ, ନଭସାରୀ ଓ ଦ୍ୱାରକା ଅଞ୍ଚଳରେ ମଧ୍ୟ ଉଚ୍ଚ ଜୁଆର। ଏବେ ଗୁଜରାଟ ମୁହାଁ ହେଉଛି ବାତ୍ୟା ବିପର୍ଯ୍ୟୟ। ଆଗାମୀ ୨୪ ଘଣ୍ଟା ଭିତରେ ଆହୁରି ତ୍ରୀବ ରୂପ ନେବ। ଗୋଆ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରେ ଏହାର ପ୍ରଭାବ ପଡିବା ଆଶଙ୍କା ରହିଛି। ସମୁଦ୍ରକୁ ନଯିବା ଲାଗି ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି।

ଅନ୍ୟପଟେ, ବାତ୍ୟା ପରିଚାଳନା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂହ ପଟେଲଙ୍କ ସହିତ ସବିଶେଷ ଆଲୋଚନା କରିଛନ୍ତି। ରାଜ୍ୟକୁ କେନ୍ଦ୍ର ତରଫରୁ ପୂର୍ଣ୍ଣ ସହଯୋଗ ମିଳିବ ବୋଲି ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି। ଆସନ୍ତାକାଲି ତାରିଖରେ ବିପର୍ଯ୍ୟୟ ସ୍ଥଳ ଭାଗ ଛୁଇଁବା ନେଇ ଆଶଙ୍କା ରହିଛି।

Leave A Reply

Your email address will not be published.