Odisha Link
Bridging the Missing Links in Odisha

ରଜରେ ଅଘଟଣ, ବ୍ରାହ୍ମଣୀରେ ନାବାଳକକୁ ଟାଣିନେଲା କୁମ୍ଭୀର

ସ୍ଥାନୀୟ ଲୋକଙ୍କ ଦ୍ୱାରା ଖୋଜାଖୋଜି ପରେ ନାବାଳକର କ୍ଷତାକ୍ତ ମୃତଦେହ ଉଦ୍ଧାର

ଓଏଲ୍‌ ବ୍ୟୁରୋ: ପହିଲି ରଜରେ ଗାଁରୁ ସହର ଉତ୍ସବ ମୁଖର ଥିବାବେଳେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ବ୍ରାହ୍ମଣୀରେ ନାବାଳକକୁ ଟାଣିନେଲା କୁମ୍ଭୀର। ନାବାଳକ ଜଣଙ୍କ ହେଉଛନ୍ତି ପଟ୍ଟାମୁଣ୍ଡାଇ ନିମପୁର ଗାଁ ଆଶୁତୋଷ ଆଚାର୍ଯ୍ୟ। ସ୍ଥାନୀୟ ଲୋକଙ୍କ ଦ୍ୱାରା ଖୋଜାଖୋଜି ପରେ ନାବାଳକର କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି।

ସୂଚନାନୁସାରେ, ମାଆଙ୍କ ସହିତ ନଦୀକୁ ଯାଇଥିବା ବେଳେ ବ୍ରାହ୍ମଣୀରେ ନାବାଳକକୁ ଟାଣିନେଲା କୁମ୍ଭୀର। ପ୍ରଥମେ ମାଆକୁ କୁମ୍ଭୀର ଝାମ୍ପିନେବା ବେଳେ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ପାଖରେ ଥିବା ୮ବର୍ଷର ପୁଅକୁ କୁମ୍ଭୀର ଟାଣିନେଇଥିଲା। କୁମ୍ଭୀର ଟାଣିନେବା ପରେ ଗ୍ରାମବାସୀଙ୍କ ମନରେ ଭୟର ବାତ୍ତାବରଣ ଖେଳିଯାଇଛି।

Leave A Reply

Your email address will not be published.