ପାରାଦୀପରେ ଅଘଟଣ: ଡ୍ରେଜର ମେସିନ ମରାମତି ବେଳେ ଜଣେ ମୃତ
ଜଣେ ଟେକ୍ନିସିଆନ ସୁରକ୍ଷିତ ଉଦ୍ଧାର

ଓଏଲ୍ ବ୍ୟୁରୋ: ପାରାଦୀପ ନିଷିଦ୍ଧାଞ୍ଚଳରେ ଅଘଟଣ। ଡ୍ରେଜର ମେସିନ ମରାମତି ବେଳେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଡ୍ରେଜର ମେସିନ ମରାମତି ବେଳେ ୨ ଟେକ୍ନିସିଆନ୍ ବୁଡ଼ିଯାଇଥିଲେ। ଜଣେ ଟେକ୍ନିସିଆନ ସୁରକ୍ଷିତ ଉଦ୍ଧାର ହୋଇଥିବାବେଳେ ଅନ୍ୟଜଣଙ୍କ ମୃତ୍ୟୁ ହୋଇଛି। ମୃତ ଟେକ୍ନିସିଆନ୍ ଆନ୍ଧ୍ରପ୍ରଦେଶ ବିଶାଖାପାଟଣାର ବୋଲି ସୂଚନା ମିଳିଛି।